Home Breaking News / ତାଜା ଖବର ଫୁଲବାଣୀ ସମେତ ବାଲିଗୁଡା ଓ ଜି ଉଦୟଗିରୀରେ ଆଜିଠୁ ନାଇଟ କର୍ଫ୍ୟୁ : କଡାକଡି ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

ଫୁଲବାଣୀ ସମେତ ବାଲିଗୁଡା ଓ ଜି ଉଦୟଗିରୀରେ ଆଜିଠୁ ନାଇଟ କର୍ଫ୍ୟୁ : କଡାକଡି ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଆଜିଠୁ ନାଇଟ କର୍ଫ୍ୟୁ ଆରମ୍ଭ, ଫୁଲବାଣୀ ସହ ର ସମେତ ବାଲିଗୁଡା ଓ ଜି.ଉଦୟଗିରି ସହରାଞ୍ଚଳରେ ଏହା ଲାଗି ହେବ । ରାତି ୯ ଟାରୁ ସକାଳ ୫ ଯାଏ କର୍ଫ୍ୟୁ ବଳବତ୍ତର ରହିବ । କରୋନା ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ନଂ ୬୪୭ ତା-୧୬/୦୪/୨୧ରେ ଜିଲ୍ଲାପାଳ ବିଜ୍ଞପ୍ତି ଜାରୀ କରିଛନ୍ତି । ତେବେ ଡାକ୍ତର, ମୁନିସିପାଲଟି କର୍ମଚାରୀ, ପୋଲିସ, ଫାର୍ମାସିଷ୍ଟ, ପାରାମେଡିକାଲ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ । ବସରୁ ଯାତ୍ରୀ ନେବା ଆଣିବା ପାଇଁ ଟାକ୍ସି ଚଳାଚଳ କରିବ। ଆସନ୍ତା ୧୯ / O୪। ୨୧ରୁ ସ ମସ୍ତ ସରକାରୀ ଓ ବେସରକାରୀଶିକ୍ଷା ଅନୁଷ୍ଠାନ, ହଷ୍ଟେଲ ଆଦିସବୁ ବନ୍ଦ ରହିବା
ତେବେ ଘରୁ ବାହାରକୁ ବାହାରିଲେ ମ।ସ୍କ ପିନ୍ଧିବା ଓ ସର୍ବସାଧାରଣ ସ୍ଥାନରେ ୬ ଫୁଟ ଦୁରତା ରକ୍ଷାକରିବା ଅତ୍ୟନ୍ତ ଜରୁରୀ ।
ମାସ୍କ ନ ପିନ୍ଧି ବାହାରେ ବୁଲା ବୁଲି କରୁଥିବାବେଳେ ପ୍ରଥମଥର ଧରାପଡିଲେ ୨ ହଜାର ଟଙ୍କା ଜରିମାନ ।ଓ ପରବର୍ତୀ ସମୟରେ ଧରାପଡିଲେ ୫ହଜାର ଟ ଙ୍କା ଜରିମାନା ଆଦେଶ ଦେଇଛନ୍ତି ଜିଲ୍ଲ।ପାଳ ।
ସେହିପରି ପାନ, ନାସ,ଗୁଟଖା ଖାଇ ସର୍ବସାଧାରଣ ସ୍ଥାନରେ ଛେପ ପ୍ରକାଇଲେ ପ୍ରଥମେ ୧ହଜାର ଟଙ୍କା ଜରିମାନ । ଓପରବର୍ତ୍ତୀ ସେହି ଭୂଲ କଲେ ହଜାର ଟଙ୍କା
ଜରିମାନା ଆଦେଶ ଦେଇଛନ୍ତି ଜିଲ୍ଲାପାଳ ।
ଯେ କୌଣସି ବ୍ୟକ୍ତି ଏହାର ଖିଲା ପ କଲେ ବିପର୍ଯ୍ୟୟ ପ୍ରଶମନ ଆଇନ ର ଧାରା ୫୧ଠାରୁ ୬୦ , ୨୦୦୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

related posts

Leave a Comment