Home Breaking News / ତାଜା ଖବର ନବରଙ୍ଗପୁରରେ ନୂତନ କୋର୍ଟ ଉଦଘାଟନ

ନବରଙ୍ଗପୁରରେ ନୂତନ କୋର୍ଟ ଉଦଘାଟନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲାରେ ନୂତନ ଭାବେ ଆଜି କୋର୍ଟ ଉଦଘାଟିତ ହେଇଯାଇଛି।ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଡ଼ଃ ଏସ. ମୁରଲୀଧର ପୋର୍ଟାଲ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ।ଏହା ନବରଙ୍ଗପୁର ଜିଲ୍ଲାବାସୀ ଙ୍କ ପାଇଁ ବହୁ ସୁବିଧା ହୋଇପାରିବ ବୋଲି ମତ ରଖିଥିଲେ।ଏଥିରେ ୧୧ ଟି କୋର୍ଟ ଥିବା ବେଳେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବା କହିଛନ୍ତି ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ସମ୍ପାଦକ ରାମ ପାତ୍ର।ସାଧାରଣ ଲୋକ ମାନଙ୍କ ନିମନ୍ତେ ଏହା ବସ ଷ୍ଟାଣ୍ଡ ରୁ ଅଳ୍ପ ଦୂର ହେଉଥିଲେ ମଧ୍ୟ ଗମନାଗମନ ନିମନ୍ତେ ସମସ୍ତ ପ୍ରକାର ସୁବିଧା ଅଛି ବୋଲି ମତ ବ୍ୟକ୍ତ କରି ଥିଲେ।ପାଞ୍ଚ ଏକର ବିଶିଷ୍ଟ ଉକ୍ତ କୋର୍ଟ ପ୍ରାୟ ୨୩ କୋଟି ଟଙ୍କା ବ୍ୟୟ ବରାଦ ରେ ନିର୍ମିତ ହେଇଥିବା ବେଳେ ଗାର୍ଡେନ, ପାର୍କିଂ ସ୍ଥାନ, କ୍ୟାଣ୍ଟିନ ସହ ଜନ ସାଧାରଣ ଙ୍କ ନିମନ୍ତେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିବା ସୂଚନା ମିଳିଛି।

related posts

Leave a Comment