Home Breaking News ଫେଲ ମାରିଛି ସରକାରଙ୍କର ମନରେଗା ଯୋଜନା

ଫେଲ ମାରିଛି ସରକାରଙ୍କର ମନରେଗା ଯୋଜନା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତ ରାମ ଦଣ୍ଡସେନା): ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଲିଟୀସର୍ଗି ପଂଚାୟତ ର ଅଁଳାଭଟା ଗ୍ରାମରେ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ରେ ଆର୍ଥିକ ବର୍ଷ 2019–20 ରେ ସେଚ କୂପ ଖନନ ପାଇଁ ଶ୍ରୀଯୁକ୍ତ କ୍ଷେତ୍ର ମହାନନ୍ଦ ଙ୍କ ନାମରେ କାର୍ଯ୍ୟଦେଶ ହୋଇଥିଲା lହେଲେ ଏ ଯାଏ ତାଙ୍କର ପାରିଶ୍ରମିକ ମିଳି ପାରିଲା ନାହିଁ l ସେ ଜଣେ ଗରିବ ଖଟି ଖିଆ ଲୋକ l ମହାନନ୍ଦ କହି ବା ଅନୁଯାୟୀ ସେ ବୋଡ଼େନ ବିଡ଼ିଓ ମହୋଦୟ ଙ୍କୁ ମଧ୍ୟ୍ୟ ପାଞ୍ଚ ଥର ଯାଇ ଦରଖାସ୍ତ ଦେଇ ସାରିଲେଣି l ହେଲେ କେହି ମଧ୍ୟ୍ୟ ଶୁଣୁ ନାହାନ୍ତି l କହୁ ଛନ୍ତି ଆଜି ହେଇଯିବ କାଲି ହେଇ ଯିବ l ଯାଇ ଯାଇ ଥକି ଗଲେଣି l ଏ ପଟେ ସେଚକୂପ ର କାମ ପାଇଁ ଟ୍ରାକ୍ଟର ଯୋଗେ ମାଲମେଟରିଅଲ ଆଣି ଥିବାରୁ ଟ୍ରାକ୍ଟର ମାଲିକ ଘରକୁ ଆସି ଅଶ୍ଳୀଳ ଭାଷାରେ ଗାଳି ଗୋଲଜ କରି l କହୁଁଛିl ମୋ ପଇସା ନ ଦେଲେ ପଇସା ଦୁଇ ଗୁଣ ନେବି l ଏତେ ଦିନ ଧରି ଜଗି ପାରିବିନି ନାହିଁ l ଓ ଗ୍ରାମ ର କାମ କରି ଥିବା ଶ୍ରମିକ ମାନେ ମଧ୍ୟ୍ୟ ପାରିଶ୍ରମିକ ନ ପାଇବା ରୁ ଘରକୁ ଆସି ନା ନା କଥା କହୁଁ ଛନ୍ତି l ହେଲେ ମହାନନ୍ଦ ଲୋକଙ୍କ କଥା ଶୁଣି ଶୁଣି ଚିନ୍ତା ରେ ଭାଙ୍ଗି ପଡି ଛନ୍ତି l ଏଭଳି ସମସ୍ୟା ରେ ଯଦି ସରକାର ସାହାଯ୍ୟ ନ କରନ୍ତି ତାହା ଲୋକଙ୍କୁ କେମିତି ପାରିଶ୍ରମିକ ପ୍ରଦାନ କରିବି l

related posts

Leave a Comment