Home Breaking News ଜମି ଦୁର୍ନିତି ଆସିଲା ପଦାକୁ

ଜମି ଦୁର୍ନିତି ଆସିଲା ପଦାକୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାସୁଦେବପୁର(ଭରତ କୁମାର ନାୟକ): ଓଡ଼ିଆର ଏକ ଉକ୍ତି ରହିଛି, ଛାମୁ ଯାହା ଦେଲେ ହରସେ ପାଉ ପାଉ ଗଲା ବାର ବରସେ । ଏହି ଉକ୍ତିର ବାସ୍ତବରେ ପରିଣତ ହୋଇଛି କରଞ୍ଜମାଳ ବାସିନ୍ଦାଙ୍କ ପାଇଁ । ସରକାରଙ୍କ ଠାରୁ ଭୂମିହୀନ ଭାବେ ୬୩ ଦଳିତ ପରିବାର ପାଇଥିବା ଜମି ଏବେ କମ୍ପାନୀ ହାତରେ । ଗରିବମାନଙ୍କ ପରିବର୍ତ୍ତେ କମ୍ପାନୀ ଓ ଜମି ମାଫିଆ ମାଲେମାଲ । ଜମିର ଖଜଣା ଦେବାକୁ ଯାଇ ଜାଣିବାକୁ ପାଇଥିଲେ ପ୍ରକୃତ ଜମି ମାଲିକ କିଏ । ମହାଦୁର୍ନିତି ପଦାକୁ ଆସିଛି । କେମିତି ହୋଇଛି ଘୋଟଲା , କିଏ କରିଛି ଘୋଟାଲା ।

ସମୁଦ୍ର ବେଳାଭୂମିକୁ ଲାଗି ପଡି ରହିଛି ବିଶାଳ ଜମି । ହଜାର ହଜାର ଏକର ଜମିର ହେଉଛି ଧାନ ଓ ଚିଙ୍ଗୁଡି ଚାଷ । ଧାମରା ବନ୍ଦର ନିକଟତମ ଜମିର ମୂଲ୍ଯ ଆକାଶ ଛୁଆଁ । ଲୁଲୋପ ଦୃଷ୍ଟି ପଡିଛି ଜମି ମାଫିଆଙ୍କର । ପ୍ରକୃତ ଜମି ମାଲିକ ଜାଣିବା ପୂର୍ବରୁ ଜମି ହାତେଇଲେଣି ଅନ୍ୟ ଲୋକ । ଏ ହେଉଛନ୍ତି ଭଦ୍ରକ ଜିଲ୍ଲାର କରଞ୍ଜମାଳ ମୌଜାର ଅଭିମନ୍ୟୁ ଦାସ । ବୟସ ୭୫ ଟପିଲା । ସରକାରଙ୍କ ଠାରୁ ଭୂମିହୀନ ଦଳିତ ହରିଜନ ପରିବାର ଭାବେ ପାଇଥିଲେ ଦୁଇ ଏକର ଜମି । ଜମି ଦଖଲରେ ଅଛନ୍ତି ହେଲେ ନକଲି ଜମି ମାଲିକ ତାଙ୍କ ଜମିକୁ ମାଫିଆ ବିକ୍ରି କରିଛନ୍ତି । ସେହିପରି କରଞ୍ଜମାଳର ବାଇଧର ମଳିକ । ୧୫୪/୪୦ ଜମିର ଦଖଲରେ ରହିଛନ୍ତି । ଖଜଣା ବି ୨୦୨୦ ମସିହାର ଦେଇଛନ୍ତି । ହେଲେ ତାଙ୍କ ଜମି ଗୌରାଙ୍ଗ ମୁଣ୍ଡାଙ୍କ ନାମରେ ଦଲିଲ ହୋଇଛି । ନକଲି ଜମି ମାଲିକକୁ ଠିଆ କରାଇ ସେଲ ଡିଡ୍ ହୋଇଛି । କେବଳ ଯେ ଭୂମିହୀନଙ୍କ ଜମି ହଡପ୍ ହୋଇଛି , ତାହା ନୁହେଁ । ବଡ ବଡ ଜମି ମାଲିକ ହାତରେ ଜମି ପଟ୍ଟା ଧରି ବୁଲୁଥିବା ବେଳେ ଜମିର ନକଲି ମାଲିକ ବିକି ନପାରି ଲିଜ୍ ରେ ପ୍ରଦାନ କରିଛନ୍ତି । ଜମିର ମାଲିକ ହେଉଛନ୍ତି ଚିତ୍ତରଞ୍ଜନ ଭୂୟାଁ । ପଟ୍ଟା ତାଙ୍କ ନାମରେ ରହିଛି ୭ ଏକର ଜମି । ହେଲେ ନକଲି ମାଲିକ ଚଞ୍ଚକତା କରି ସବୁ ଜମିକୁ ହାତେଇ ମୁଖ୍ଯ ମାଷ୍ଟର ମାଇଣ୍ଡି ସାଜିଥିବା ସୁନାକର ମିଶ୍ର ଧାମରା ଏର୍ନଜୀ ପ୍ରାଇଭେଟ ଲିମିଟେଡ ଓ ଅରିକୁଆ ଲିମିଟେଡ ପାଖରୁ ୩ ବର୍ଷ ଲିଜ୍ ପାଇଁ ୧୨ କୋଟି ୧୦ ଲକ୍ଷ ଟଙ୍କାର ଲିଜ୍ ପ୍ରଦାନ କରିଛନ୍ତି । ବ୍ୟାଙ୍କକୁ ଲୋନ କରିବାକୁ ଚିତ୍ତରଞ୍ଜନ ଭୂୟାଁ ପୁଅ ଚିରଞ୍ଜିବ ଯାଇ ଥିବା ବେଳେ ଇସି ପାଇଁ କହିବାରୁ ଇସି ବାହାର କରିବା ବେଳେ ଜମି ଦୁର୍ନିତି ପଦାକୁ ଆସିଥିଲା । କୁମୁଦ ସିଂ ସମାନ ଅବସ୍ଥା । ଜମି ହଡପ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

  ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର  ମାଫିଆଙ୍କ ଆଖି ନିରିହ ଲୋକମାନଙ୍କ ଜମିବାଡିର ଉପରେ । ସମୁଦ୍ର ମୁହାଣକୁ ଲାଗି ରହିଛି  ଧାମରା ବନ୍ଦର ଓ ଆଠ ପଞ୍ଚାୟତ । ୧୯୭୪ ମସିହାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ କରଞ୍ଜମାଳ ମୌଜାର  ୬୩ ଜଣ ହରିଜନ ଭୂମିହୀନଙ୍କୁ ୧ ଶହ ୨୩ ଏକର ୫୦ ଡିସମିଲ୍ ଜମିବାଡିର ପଟ୍ଟା  ୧୬୧ ନମ୍ବର ଖାତାରୁ  ପ୍ରଦାନ କରିଥିଲେ । ଜମି ମାଲିକ ଜମି ବିକ୍ରି କରିନଥିବା  ବେଳେ ନକଲି ଜମି ମାଲିକ ଦର୍ଶାଇ ଜଣେ ଜମିବାଡିର ଦଲାଲ ସବୁ ଜମି ବିକ୍ରି କରିବାରେ ସଫଳ ହୋଇଛନ୍ତି । କେବଳ ଏହି ୧୨୩ ଏକର ନୁହେଁ, ଧାମରା ବନ୍ଦର ଆଖପାଖରେ ଏମିତି ତିନି ଶହ ଏକରରୁ ଉର୍ଦ୍ଧ ଜମି ମାଲିକଙ୍କ ଅଗୋଚରେ  ବିକ୍ରି ହୋଇଯାଇଛି ।  ଅରିକୁଆ ଧାମରା ଏନର୍ଜି ପ୍ରାଇଭେଟ ଲିମିଟେଡ  ପରି କମ୍ପାନୀକୁ ୩ ବର୍ଷ ପାଇଁ ୭ ଏକର ଜମିକୁ ୧୨ କୋଟି ୧୦ ଲକ୍ଷ ଟଙ୍କାର ଲିଜ୍ ପ୍ରଦାନ କରାଯାଇଛି । ପୁଣି ପ୍ରକୃତ ମାଲିକଙ୍କ  ଅଗୋଚରରେ । ଏଥିରେ ସୁନାକର ମିଶ୍ର ନାମକ ଆନ୍ତଃ ଜିଲ୍ଲା ଜମି ଦଲାଲ ମୁଖ୍ୟ  ନାୟକ ସାଜିଛନ୍ତି । କରଞ୍ଜମାଳ ମୌଜାର ବଡ ବଡ ଜମିଧାରୀ  ବ୍ୟାଙ୍କ ଲୋନ ପାଇଁ  ଯିବାରୁ ଇସି ବାହାର  କରିବା ବେଳେ ଦୁର୍ନିତି ପଦାକୁ ଆସିଥିଲା । ହେଲେ ପୂର୍ବରୁ ୬୩ ଜଣ ଭୂମିହୀନ ଦଳିତ ହରିଜନ ପରିବାରଙ୍କ ପକ୍ଷରୁ ତହସିଲଦାରଙ୍କ ଠରୁ ମୁଖ୍ଯ ଶାସନ ସଚିବଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କୁ  ଦଳିତ ହରିଜନ ଓ ଆଦିବାସୀଙ୍କ ପରିବାର  ଭେଟି ଲିଖିତ ଅଭିଯୋଗ କରିଛନ୍ତି । ଚାନ୍ଦବାଲିର ତହସିଲଦାରଙ୍କୁ ତଦନ୍ତ କରି  ରିପୋର୍ଟ ଦେବାକୁ କହିଥିଲେ ମଧ୍ଯ  କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଜିଲ୍ଲାପାଳ  । ବାଂଶଡା  ଥାନାର ୩୪ ଜଣ ଏତାଲା ଦେଇଛନ୍ତି । ଥାନା ବାବୁ ଏପର୍ଯ୍ୟନ୍ତ କେଶ କରିବାକୁ ନାରାଜ।  ଜମି ମାଫିଆଙ୍କ ପକେଟରେ ଥାନା ବାବୁ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ବନ୍ଧା ପଡିଛନ୍ତି । ନିରିହ ଗରିବ ଭୂମିହୀନ ଆଦିବାସୀ ଓ ହରିଜନ ପରିବାର ଜମି ଫେରି ପାଇବା ଆଶା କ୍ଷଣ ହୋଇଯାଇଛି । 

related posts

Leave a Comment