Home Breaking News ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିଵସ ପାଳିତ

ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିଵସ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଶନିବାର ସାରା ରାଜ୍ଯରେ ବିଜେଡି ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା | ଏହି ଅବସର ରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଫୁଲବାଣୀ ସଦର ମହକୁମା ବିଜୁ ପଟ୍ଟନାୟକ ଛକ ଠାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ଫୁଲବାଣୀ ବିଧାୟକ ଅଙ୍ଗଦ କହ୍ନର ଏବଂ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଏକାଠି ହୋଇ ବିଜୁ ପଟ୍ଟନାୟକ ପ୍ରତିମୁର୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ବିଜୁ ବାବୁଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l କରୋନା କଟକଣା କୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରଖି କାର୍ଯ୍ୟ କ୍ରମ କରିଥିଲେ | ଏହି ଅବସରରେ ଦଳକୁ ଆହୁରି ମଜବୁତ୍ କରିବା ସହ ଦଳକୁ ଆଗକୁ ନେବା ପାଇଁ କର୍ମକର୍ତ୍ତା ମାନଙ୍କୁ ଉଦବୋଧନ ଦେଇଥିଲେ ବିଜେଡି ଜିଲ୍ଲା ସଭାପତି | ବର୍ତ୍ତମାନ୍ କରୋନା ମହାମାରୀ ରୂପ ନେଉଥିବା ଯୋଗୁ ମାସ୍କ ପିନ୍ଧିବା ଜରୁରୀ ହେଇଥିବା ଯୋଗୁ ବିଜେଡି ଦଳ ତରଫରୁ ସାଧାରଣ ଲୋକ ଙ୍କୁ ମାସ୍କପିନ୍ଧିବା ନେଇ ସଚେତନ କରିବାସହ ମାସ୍କ ବଣ୍ଟନ କରାଯାଇଥିଲା | କରୋନା ମହାମାରୀ ନିୟମକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

related posts

Leave a Comment