Home Breaking News / ତାଜା ଖବର କୋଭିଡ ପାଇଁ ବାତିଲ ହୋଇପାରେ ଟୋକିଓ ଅଲମ୍ପିକ୍ସ

କୋଭିଡ ପାଇଁ ବାତିଲ ହୋଇପାରେ ଟୋକିଓ ଅଲମ୍ପିକ୍ସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଟୋକିଓ ଅଲମ୍ପିକ୍ସ ଉପରେ କରୋନାର କଳାବାଦଲ। ଗତ ବର୍ଷ କରୋନା ମହାମାରୀ ପାଇଁ ସ୍ଥଗିତ ରହିଥିବା ବିଶ୍ବର ଏହି ସର୍ବବୃହତ୍ କ୍ରୀଡ଼ା ପ୍ରତିଯୋଗିତା ଏ ବର୍ଷ ମଧ୍ୟ ନ ହେବାର ଆଶଙ୍କା ଦେଖାଦେଲାଣି । ଏପରିକି ସଂପୂର୍ଣ୍ଣ ବାତିଲ ହେବାର ଆଶଙ୍କା ମଧ୍ୟ ରହିଛି । ଜାପାନର ଶାସକ ଦଳର ଜଣେ ସଦସ୍ୟ ତୋସିହିରୋ ନିକାଇ କହିଛନ୍ତି ଯେ କରୋନା ମହାମାରୀ ବ୍ୟାପିଚାଲିଲେ ଟୋକିଓ ଅଲମ୍ପିକ୍ସ ଆୟୋଜନ କରିବା ସମ୍ଭବ ହେବ ନାହିଁ । ଆବଶ୍ୟକ ପଡ଼ିଲେ ଏହାକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ପଛଘୁଞ୍ଚା ଦିଆଯିବ ନାହିଁ ବୋଲି ସେ ଜିଜି ନ୍ୟୁଜ ଏଜେନ୍ସିକୁ କହିଛନ୍ତି ।ଜାପାନରେ ଏବେ କରୋନାର ୨ୟ ଲହର ଦେଖାଦେଇଛି । ନିକଟରେ ଜାପାନର ଏକ ପ୍ରମୁଖ ସହର ଓସାକାରେ ରେକର୍ଡ ସଂଖ୍ୟକ ସଂକ୍ରମଣ ମାମଲା ଦେଖାଦେଇଛି । ଏହା ପରେ ଜାପାନ ସରକାର କେତେକ କଟକଣା ଲାଗୁ କରିଛନ୍ତି । ତେଣୁ ଅଲିମ୍ପିକ୍ସ ମଧ୍ୟ ବାତିଲ ହେବା ଆଶା କରାଯାଉଛି ।

related posts

Leave a Comment