Share with
ସୁରେଶ ସୁବୁଦ୍ଧି: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ତଥା ବାଲିଛାଇ ଫାଣ୍ଡିର ଏ ବରିଡା ଗାଁରେ ଆଜି ସକାଳୁ ସକାଳୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡ ଗାଁର ମୁଖ୍ୟ ସଡକ ତଥା ଜନଗହଳି ଇଲାକାରେ ଘଟିଥିବା ବେଳେ ମାତ୍ର ଦୁଇ ହଜାର ଧାର ଟଙ୍କାକୁ ନେଇ ଘଟିଥିବା ଜଣାପଡିଛି । ତେବେ ମୃତକ ଜଣକ ଭାଟପଡା ଗାଁର ଟୁକୁନା ଛଟେଇ ବୋଲି ଜଣାପଡିଥିବା ବେଳେ ଅଭିଯୁକ୍ତକୁ ପୋଲିସ ଧରିବାରେ ମଧ୍ୟ ସକ୍ଷମ ହୋଇଛି । ଏପଟେ ପୋଲିସ ମଧ୍ୟ ଶବକୁ ଜବତ କରି ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି ।