Home Breaking News / ତାଜା ଖବର କୋଭିଡ ନିୟମ କଡାକଡି

କୋଭିଡ ନିୟମ କଡାକଡି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡ଼ା(ସୁନୀଲ ସାହୁ): ଗତକାଲି ଓଡିଶା ସରକାର କରୋନା ର ଦ୍ଵିତୀୟ ଲହରରେ କୋଭିଡ ନିୟମ କୁ କଡାକଡି କରିଛନ୍ତି l ଯାହା ଫଳରେ ଆଜି ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲାର ଚାନ୍ଦୋଳ ବଜାର ରେ କେନ୍ଦ୍ରାପଡ଼ା ର ଉପ ଜିଲ୍ଲାପାଳ, ତହସିଲଦାର, ପୋଲିସ ଆଇ ଆଇ ସି ଙ୍କ ସହ 15 ଜଣିଆ ଟିମ୍ ଆଜି ସକାଳେ ମlସ୍କ ଚେକିଂ କଡ଼ାକଡ଼ି କରିଛନ୍ତି l ରୋଡ ରେ ଯାତାୟତ କରୁଥିବା ଗାଡି ଚାଳକ, ବସ୍ ରେ ଥିବା ଯାତ୍ରୀ ଏବଂ ବଜାର ର ଦୋକାନୀ ଙ୍କ ଠୁ ଫାଇନ ଆଦାୟ କରାଯାଇଛି l ସାଧାରଣ ଲୋକେ ବଜାର କୁ ଆସୁଥିବା ସମୟରେ ମlସ୍କ୍ ବ୍ୟବହାର କରୁନାହାଁନ୍ତି କି ସାମାଜିକ ଦୂରତା ରକ୍ଷକରୁନାହାନ୍ତି ଯାହାଫଳରେ ଆମେମାନେ ମହାମାରୀ ଭଳି କରୋନ ରେ ଆକ୍ରାନ୍ତ ହେବକୁ ପଡୁଛି l କିଛି ଲୋକ ମୁହଁରେ ଗାମୁଛା ଏବଂ ରୁମାଲ ବାନ୍ଧି ବଜାର କୁ ଆସୁଛନ୍ତି ଆଉ କିଛି ଅମାନିଆ ଲୋକ ତ ଏମିତି ଅଛନ୍ତି କି କହୁଛନ୍ତି ଆମେ ମlସ୍କ୍ ବ୍ୟବହାର କରିବୁନି ସେଥିପାଇଁ ଆଜି ମାକ୍ସ ନିୟମକୁ କଡ଼ାକଡ଼ି କରିବା ସହ ଯେଉଁମାନେ କୋଭିଡ୍ ନିୟମ ମନୁନାହାନ୍ତି ତାଙ୍କ ଠୁ ଫାଇନ ଆଦାୟ କରାଯାଉଛି ଲ

related posts

Leave a Comment