Home Breaking News / ତାଜା ଖବର ତେଲେଙ୍ଗାନାରୁ ଗ୍ୟାଙ୍ଗଷ୍ଟର ହାଇଦର ଗିରଫ

ତେଲେଙ୍ଗାନାରୁ ଗ୍ୟାଙ୍ଗଷ୍ଟର ହାଇଦର ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କମିଶନରେଟ ପୋଲିସକୁ ବଡ଼ ସଫଳତା, ତେଲେଙ୍ଗାନାରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ
। କଟକ ଏସ୍‌ସିବି ମେଡିକାଲରୁ ୫ ଦିନ ଧରି ଫେରାର ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରାଯାଇଛି । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।ତେଲଙ୍ଗାନା ପୋଲିସ ସହଯୋଗରେ କମିଶନରେଟ ପୋଲିସ ହାଇଦରକୁ ଗିରଫ କରିଛି । ଏସସିବି ହସ୍ପିଟାଲରୁ ଫେରାର୍ ହେବା ପରେ ପୋଲିସ ଟିମ୍ ତାକୁ ବାଇକରେ ଚଞ୍ଚାଣ ଭଳିଆ ପିଛା କରିଥିଲା । କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗ୍ୟାଙ୍ଗଷ୍ଟର ହାଇଦରକୁ ଆଜି ତେଲେଙ୍ଗାନାରୁ ଗିରଫ କରିଛି । ହାଇଦର ଅଲ୍ଲୀ ୨ଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ସର୍କଲ ଜେଲରେ ଆଜୀବନ ସଜ୍ଜା କାଟୁଥିଲା । ସେ ଦୀର୍ଘ ୧୬ ବର୍ଷ ହେଲା ଜେଲ୍ ରେ ଥିଲା । ସେଠାରେ ସେ ଅସୁସ୍ଥ ହୋଇପଡିବାରୁ ତାକୁ କଟକ ଏସସିବି ମେଡିକାଲ ଅଣାଯାଇଥିଲା । ଚିକିତ୍ସା ପରେ ଗତ ୧୦ ତାରିଖ ଦିନ କୌଶଳକ୍ରମେ ହାଇଦର ଅଲ୍ଲୀ ଫେରାର ହୋଇଯାଇଥିଲା । ଆସନ୍ତାକାଲି ହାଇଦ୍ରାବାଦରୁ ଓଡିଶା ଅଣାଯିବ ବୋଲି ସୂଚନା ମିଳିଛି ।

related posts

Leave a Comment