Home Breaking News / ତାଜା ଖବର ଡାବୁଗାଁ ନୂଆଗୁଡାରେ ପାନୀୟ ପାଣିର ସଙ୍କଟ: ଭୁତଳ ପାଇପ ଓ ଟାଙ୍କି ଥାଇ ପାଉ ନାହାନ୍ତି ପାନୀୟ ଜଳ

ଡାବୁଗାଁ ନୂଆଗୁଡାରେ ପାନୀୟ ପାଣିର ସଙ୍କଟ: ଭୁତଳ ପାଇପ ଓ ଟାଙ୍କି ଥାଇ ପାଉ ନାହାନ୍ତି ପାନୀୟ ଜଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ନୂଆଗୁଡାରେ ତ୍ରିନାଥ ଯୁବକ ସଙ୍ଘ ପାଖରେ ଥିବା ୭୦ ହଜାର ଲିଟର ପାଣି ଧରି ରଖିବା ଟାଙ୍କି ନିର୍ମାଣ ହୋଇଛି।ଜନସଧାରଣ ପାନୀୟ ଜଳ ଉକ୍ତ ସାହି ବାସିନ୍ଦା ସ୍ଵଚ୍ଚ ପାନୀୟ ଜଳ ପାଇପାରିବେ ବୋଲି ନିର୍ମାଣ ହେଲା।କିନ୍ତୁ ଅଳ୍ପ କିଛିଦିନ ପାନୀୟ ଜଳ ସାହିବାସିନ୍ଦା ଭଲରେ ପାଇପାରିଲେ।ଉକ୍ତ ଭୁତଳ ପାଇପ ରୁ ରେଲି ସାହିକୁ ସଂଯୋଗ ଦେଇ ମଝିରେ ଗେଟ ନ ଲଗାଇ ପାଣି ଛାଡିଦେଲେ।ଫଳରେ ନୂଆ ଗୁଡା ଜନସାଧାରଣ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି।ଉକ୍ତ ସାହିରେ ପାନୀୟ ଜଳ ପାଇପ ରୁ କେତେକ ବ୍ୟକ୍ତି ମୋଟର ଲଗାଇ ପାନୀୟ ଜଳ ତାଙ୍କ ସୁବିଧା ପାଇଁ ନେଇ ଅନ୍ୟ ଲୋକ ମାନଙ୍କୁ ପାନୀୟ ଜଳ ପାଇବାରୁ ବଂଚିତ କରୁଛନ୍ତି।ମୋଟର ଲଗାଇବା କଥା ବ୍ଲକ ପ୍ରଶାସନ ଜାଣିବା ପରେ ଡାକ ବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଗଲା ମୋଟର କାଢି ଦିଅନ୍ତୁ,ନଚେତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏଥିପାଇଁ କମିଟି ଗଠନ କରାଯାଇ ଥିଲା ଓ ସମିତି ମିଟିଙ୍ଗ ରେ ମଧ୍ୟ ଏହି କଥା ଉପରେ ଗୁରୁତ୍ୱ ଦିଆ ଯାଇଥିଲା।ହେଲେ କାର୍ଯ୍ୟ କ୍ଷେତ୍ରରେ ଫଳ ହେଲା ଶୂନ।ଟାଙ୍କି ଥାଇ ପାଣି ପାଉ ନାହାନ୍ତି ସହି ବାସିନ୍ଦା।ସରକାରଙ୍କ ଯୋଜନା ପ୍ରଶାସନିକ ଅଧିକାରୀଙ୍କ ଅବହେଳା ରୁ ଏପରି ପରିସ୍ଥିତି।ବିଶେଷ ଦ୍ରଷ୍ଟବ୍ୟ ନୂଆଗୁଡାରେ ଉକ୍ତ ପାଣି ଟାଙ୍କି ରହି ଥିବା ବେଳେ ପାଣି ଟାଙ୍କି ଉପରେ ଓ ମୋଟର ଥିବା ଗୃହରେ ନୂଆଗାଁ ଲେଖା ଯାଇଛି।ଏବେ ଖରା ର ପ୍ରକୋପ ଥିରେ ଥିରେ ବଢୁ ଥିବାରୁ ପାନୀୟ ଜଳ ପାଇଁ ଏଠାର ଲୋକେ ଡହଳ ବିକଳ ହେଉଛନ୍ତି।ଗ୍ରାମର ମେମ୍ବର ଓ ସାହିର ଭଦ୍ରବ୍ୟକ୍ତି ବାହାରି ଘର ପିଛା ୫୦ ଟଙ୍କା ଲେଖା ମାଗି ପାନୀୟ ଜଳ ଯେପରି ସୁରୁ ଖୁରୁରେ ପାଇପାରିବେ ସେ ବ୍ୟବସ୍ତା ରେ ଲାଗି ପଡିଛନ୍ତି।ଏ ନେଇ ଆମ ପ୍ରତିନିଧି ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ସହ ଯୋଗାଯୋଗ କରି ସମସ୍ୟା ଉପରେ ଅବଗତ କରି ଥିଲେ।ଗୋଷ୍ଟି ଉନ୍ନୟନ ଅଧିକାରୀ ରଂଜିତା ମେରୀ ନାୟକ ଏକଥା ମୁଁ ବୁଝୁଛି।ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ଙ୍କସହ କଥା ହୋଇ ସମସ୍ୟାର ସମଧାନ କରିବେ ବୋଲି କହିଲେ।ଆହୁରି ଗୋଟେ କଥା ପାଇପ ଫାଟି ପାଣି ରାସ୍ତାରେ ଗଲେ ମଧ୍ୟ କେହି ଦେଖିବାକୁ ଲୋକ ପ୍ରଶାସନ ପାଖରେ ନାହିଁ।କନିଷ୍ଠ ଯନ୍ତ୍ରୀ ଙ୍କ ପାଖକୁ ଯେତେବେଳେ ଗଲେ ତାଙ୍କ ଆବାସିକ କାର୍ଯ୍ୟାଳୟରେ ପଡି ରହିଛି ତାଲା।ହେଲେ ଗୁହାରି କରିବେ କାହାକୁ?କଥାରେ କଥାରେ ରହି ଯାଉଛି ସମଧାନ।ଏଣୁ ବ୍ଲକ ପ୍ରଶାସନ ସହ ଜିଲ୍ଲା ପ୍ରଶାସନ ଏଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦୃଢ ଦାବି କରିଛନ୍ତି।ସରକାରଙ୍କ ଯୋଜନା କୁ ଫଳପ୍ରଦ କରାଇ ଜନସାଧାରଣ ଙ୍କ ମୁହଁରେ ହସ ଫୁଟାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

related posts

Leave a Comment