Home Breaking News ଡାବୁଗାଁ ବ୍ଲକରେ ୨ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ

ଡାବୁଗାଁ ବ୍ଲକରେ ୨ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଡାବୁଗାଁ: ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଡାବୁଗାଁ ଗ୍ରାମ ପଞ୍ଚାୟତରେ ୨ ଜଣ କରୋନା ପଜିଟିଭ୍ ଶୁକ୍ରବାର ଚି଼ହ୍ନଟ ହୋଇଛନ୍ତି । ଡାବୁଗାଁ ପଞ୍ଚାୟତ ଅଧୀନ ଡାବୁଗାଁ ଗ୍ରାମରୁ ୨ ଜଣ କାରୋନା ପଜିଟିଭ ଚିହ୍ନଟ ହେବାପରେ ଡାବୁଗାଁ ଗ୍ରାମର ପାତ୍ର ସାହିର ସିଦ୍ଧାର୍ଥ ପଣ୍ଡାଙ୍କ ସଂପୂର୍ଣ୍ଣ ଘର ଓ ପାତ୍ର ସାହିର ନରେଶ କୁମାର ସିଂ ଙ୍କ ସଂପୂର୍ଣ୍ଣ ଘରକୁ କଣ୍ଟେନମେଣ୍ଟ ଜୋନ ଭାବେ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଉକ୍ତ କଣ୍ଟେନମେଣ୍ଟ ଜୋନ ଚଳିତ ମାସ ୨୬ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଯାହାବି ହେଉ ଆଗାମୀ ଦିନରେ ଡାବୁଗାଁ ବାସୀଙ୍କୁ ଆହୁରି ସତର୍କ ରହିବାକୁ ପଡିବ । ସ୍ଥାନୀୟ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡ଼ି କରାଯାଇଛି । ଏହାସହ ଉକ୍ତ ଗ୍ରାମ ଗୁଡିକୁ ସିଲ କରିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି |

related posts

Leave a Comment