Home Breaking News / ତାଜା ଖବର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ: ରାଜସ୍ୱ ଖିଲାପିଙ୍କୁ ଗିରଫ କରି ମଦ ଚୋରା ବେପାରୀଙ୍କୁ ଅଟକ

ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ: ରାଜସ୍ୱ ଖିଲାପିଙ୍କୁ ଗିରଫ କରି ମଦ ଚୋରା ବେପାରୀଙ୍କୁ ଅଟକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ୱର ରାଉତ):ରାୟଗଡ ଶିବ ପ୍ରସାଦ ସାହୁ ଏବଂ ସନ୍ସ ନାମରେ କଲ୍ୟାଣସିଂହପୁର ର ଶିକରପାଇ ଠାରେ ଥିବା ମୁଖ୍ୟ ଦେଶୀ ମଦ ଭାଟି ର ଭାଗୀଦାର ସିଦ୍ଧାର୍ଥ ସାହୁ ,ପିତା ଅଶୋକ ସାହୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ଅବକାରୀ ରାଜସ୍ବ ଠିକ୍ ସମୟରେ ପୋଇଠ ନୋକୋରି ଅନିମୀୟତତା କରିବା ଯୋଗୁ ଜିଲ୍ଲା ଅବକାରୀ ପ୍ରଶାସନ ପକ୍ଷରୁ ସଂପୃକ୍ତ ଭାଟିକୁ ତା ୦୧-୪ -୨୦୨୧ ରେ ସମ୍ପୂର୍ଣ୍ଣ ଭାବେ ସିଲ କରିଛି। ଆଜି ତା ୧୨-୦୪-୨୦୨୧ ସିଲ୍ ଥିବା ଭାଟି ଭିତରେ ସେହି ଭାଟିର ମ୍ୟାନେଜର ସୋରଜ୍ କୁମାର ଗୁପ୍ତା ଏବଂ ତାର ସହଯୋଗୀ ସହ ପରିତ୍ୟକ୍ତ ଜାଗାରେ ଚୋରା ମଦ କାରବାର ହୋଉଥିବା ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଉପନୀରିକ୍ଷକ ନିଜ ଟିମ ସହ କଲ୍ୟାଣସିଂହପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ସହକର୍ମଚାରି ଶହ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଚଡାଉ କରି ୨୪୦ ଲିଟର ବିପୁଳ ଚୋରା ଦେଶୀ ଭାଟି ମଦ ସହ ଏଇଥିରେ ସଂପୃକ୍ତ ଆସାମୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସେହିପରି ଗୁଣପୁର ଅବକାରୀ ଦଳ ମଦ ଚୋରାକlରବlର ଅଭିଯୋଗରେ ଜଣକୁ ଅଟକ ରଖିଛି lଏହି କାରବାର ନାଁରେ ବହୁ ଅଞ୍ଚଳ ରେ କୋଚିଆ ଦୋକାନୀ ନାଁରେ ଲୋକଙ୍କ ଠକି ଭୁଆଁ ବୁଲାଇ ଯିଏ ନେବନି ତାକୁ ପୋଲିସ ଓ ଅବକାରୀ ବିଭାଗ ନାଁରେ ଧମକ ଦେଇ ଆସୁଥିଲେ l ସବୁଠୁ ବଡ଼ କଥା ହେଲା ମଦର ମାନ ଠିକ ନଥିଲାବେଳେ ଏଥିନେଇ ତାଗିଦ କରାଯାଇ ଥିଲା l ଏହାକୁ କିଛି ବୁଦ୍ଧିଜିବି ଉଛେଦ କରିବାକୁ ଦାବୀ କରିବା ସହ ଲୋକଙ୍କ ଜୀବନ ଜୀବିକା ସହ ନ ଖେଳିବାକୁ ଚେତାବନୀ ଦେଇଛନ୍ତି

related posts

Leave a Comment