Home Breaking News / ତାଜା ଖବର ବିଶ୍ବ ମାନଚିତ୍ରରେ ଆମ ଭୁବନେଶ୍ବର ଓ ପୁରୁଣା ଦିନର ସ୍ମୃତି

ବିଶ୍ବ ମାନଚିତ୍ରରେ ଆମ ଭୁବନେଶ୍ବର ଓ ପୁରୁଣା ଦିନର ସ୍ମୃତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମନ୍ଦିରମାଳିନୀ ଭୁବନେଶ୍ବରରେ ଶହଶହ ଐତିହ୍ୟ,କୀର୍ତ୍ତିରାଜି ଭରା ମନ୍ଦିର ଅଛି। ହେ‌ଲେ ଏହାରି ଭିତରେ ୟୁନିଟ-୩ ସ୍ଥିତ ରାମ-ମନ୍ଦିର ଯୋଡ଼ି ହୋଇ ରାଜଧାନୀର ଅନ୍ୟତମ ପ୍ରମୁଖ ମନ୍ଦିର ପାଲଟିଯାଇଛି। ପ୍ରାୟ ୧.୨୫ଏକର ଜମିରେ ନିର୍ମାଣ ହୋଇଥିବା ଏହି ମନ୍ଦିରଟି ୭ଜଣ ବ୍ୟକ୍ତିଙ୍କ ଉଦ୍ୟମରେ ନିର୍ମାଣ ହୋଇଥିଲା। ଏହାର ପରିକଳ୍ପନା କରିଥିଲେ “ବାରଙ୍ଗ କାଚ କାରଖାନାର ପ୍ରତିଷ୍ଠାତା” ଦେଓକରଣ ଝୁନଝୁନୱାଲା। ରାଜଧାନୀରେ ଅନେକ ମନ୍ଦିର ଥିଲେ ବି ଶ୍ରୀ-ରାମଙ୍କ ମନ୍ଦିର ନ ଥିବାରୁ ଏହି ମନ୍ଦିରର ପରିକଳ୍ପନା ହୋଇଥିଲା ବୋଲି ଶ୍ରୀରାମ ମନ୍ଦିରର ପରିଚାଳକ ମହାବୀର ପ୍ରସାଦ ଶର୍ମା କୁହନ୍ତି।

         ଦେଓକରଣ ଝୁନଝୁନୱାଲା ରାଜସ୍ଥାନରୁ ଶ୍ରୀ-ରାମ,ଲକ୍ଷ୍ମଣ ଓ ମାତା ସୀତାଙ୍କ ମାର୍ବଲ ମୂର୍ତ୍ତି ଆଣି ବର୍ତ୍ତମାନ ଥିବା ରାମମନ୍ଦିର(ଡାଇନିଂ ହଲ୍‌ )ରେ ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରୁଥିଲେ। ଏଠାରେ ସେ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ। ହେଲେ ୧୯୬୮ ମସିହାରେ ତାଙ୍କ ବିୟୋଗ ପରେ ମନ୍ଦିର ନିର୍ମାଣ ଆଶା ମଉଳି ଯାଇଥିଲା। ଦୀର୍ଘ ବର୍ଷ ପୂଜାର୍ଚ୍ଚନା ଚାଲିବା ପରେ *ରାଜ୍ୟ ସରକାର ୧ଟଙ୍କାରେ ୧.୨୫ଏକର ଜମି* ଦେଇଥିଲେ। ପରେ *ହଂସରାଜ ନରୁଲା(ବ୍ୟବସାୟୀ),ଜଗଦୀଶ ଚନ୍ଦ୍ର ବୁଦ୍ଧିରାଜ(ପ୍ରତିଷ୍ଠିତ ଠିକାଦାର),ଯୁଗଳ କିଶୋର ଝୁନଝୁନୱାଲା (ଦେଓକରଣଙ୍କ ପୁଅ),କ୍ୟାପିଟାଲ ଏଣ୍ଟରପ୍ରାଇଜେସ୍‌ର ଶ୍ୟାମସୁନ୍ଦର ଅଗ୍ରୱାଲା,ଜଗଦୀଶ ରାୟ ଗୁପ୍ତା(ବ୍ୟବସାୟୀ),ରାଜମହଲ ହୋଟେଲ ମାଲିକ ରାଜକିଶୋର ସାହୁ, ବି.କେ ପାଠକ(ପ୍ରତିଷ୍ଠିତ ଠିକାଦାର)* ପ୍ରମୁଖ *ସାତ ଜଣ ମିଶି* ରାମ ମନ୍ଦିରର ନିର୍ମାଣ କରିଥିଲେ। *ପୁରୀ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ୧୯୭୯ ମସିହା ଜୁନ୍‌ ୨୭ ତାରିଖରେ(ଗୁଣ୍ଡିଚା ଯାତ୍ରା ପରଦିନ) ଏହି ମନ୍ଦିରର ପ୍ରତିଷ୍ଠା* ହୋଇଥିଲା। ଶ୍ରୀ-ରାମ ମନ୍ଦିରର *ଡିଜାଇନ୍ ପ୍ରସ୍ତୁତ କରିଥିଲେ କୋଲକତାସ୍ଥିତ କୋଠାରି ଆଣ୍ଡ ଆସୋସିଏଟ୍‌ସ* ; ଯିଏ ବିର୍ଲା ମନ୍ଦିରର ଡିଜାଇନ୍ ପ୍ରତିଷ୍ଠା କରିଥିଲେ। *ପୂର୍ବରୁ* ରାମ ମନ୍ଦିରରେ ୪ଜଣ ପାର୍ଶ୍ବ ଦେବତାଙ୍କ ମନ୍ଦିରକୁ ମିଶାଇ *ମୋଟ ୫ଟି ମନ୍ଦିର* ଥିଲା। ପରେ ଆଉ ଦୁଇଟି ପାର୍ଶ୍ବ ଦେବତାଙ୍କ ମନ୍ଦିର ନିର୍ମାଣ ହୋଇଥିଲା।

    ରାଜଧାନୀ‌ର ମୋଟ୍ ବାସିନ୍ଦାଙ୍କର *ପ୍ରାୟ ୧ ପ୍ରତିଶତ ହେଉଛନ୍ତି ଖ୍ରୀଷ୍ଟିୟାନ ସମ୍ପ୍ରଦ‌ାୟର।* ରାଜଧାନୀର *ସବୁଠୁ ପୁରୁଣା ଚର୍ଚ୍ଚ ଭାବେ ଗଣାଯାଏ ୟୁନିଟ-୪ସ୍ଥିତ ୟୁନିଅନ୍ ଚର୍ଚ୍ଚକୁ।* ୧୯୪୮ ମସିହାରେ ଭୁବନେଶ୍ବରରେ କିଛି ଚର୍ଚ୍ଚ ନ ଥିଲା। ରାଜଧାନୀ ସ୍ଥାନାନ୍ତର ହେବାରୁ କଟକରୁ ବହୁ ସରକାରୀ କାର୍ଯ୍ୟାଳୟ ଭୁବନେଶ୍ବରକୁ ଆସିଲା। ସରକାରୀ ଅଧିକାରୀମାନେ ବି ଆସିଲେ। ହେଲେ ମନ୍ଦିରମାଳିନୀ ସହରରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ବିଶେଷ କିଛି ସୁବିଧା ନ ଥିଲା। ରାଜଧାନୀରେ ଚର୍ଚ୍ଚ ନ ଥିବାରୁ ଏବଂ କଟକ ଯିବା ସମସ୍ତଙ୍କ ପାଇଁ ସମ୍ଭବ ନ ଥିବାରୁ *"ସୁରେଶ ଚନ୍ଦ୍ର ବେହେରା" ନାମକ ଜଣେ ବ୍ୟକ୍ତିଙ୍କ କ୍ବାର୍ଟର୍ସ‌ରେ ଏକାଠି ହୋଇ ନଭେମ୍ବର ୫,୧୯୪୮ରୁ ପ୍ରାର୍ଥନା କରିବା ଆରମ୍ଭ* କରିଥିଲେ। ହେଲେ ଶନିବାର ଓ ରବିବାର ଲୋକମାନେ ଗାଁକୁ ଓ ବିଭିନ୍ନ କାର୍ଯ୍ୟରେ ବାହାରକୁ ପଳାଇ ଯାଉଥିବାରୁ *ପ୍ରାର୍ଥନା ଶୁକ୍ରବାର* ହେଉଥିଲା। ଏହାପରେ ପ୍ରାର୍ଥନାସ୍ଥଳୀ ବଦଳିଥିଲା। *ଜୁଲାଇ ୨, ୧୯୫୦ ମସିହାରେ "ୟୁନିଟ-୨ସ୍ଥିତ ପ୍ରସନ୍ନ କୁମାର ପାଢୀଙ୍କ କ୍ବାର୍ଟର୍ସ"ରେ ସାପ୍ତାହିକ ପ୍ରାର୍ଥନା* ହେଲା। କିନ୍ତୁ *୧୯୫୪ ମସିହାରେ* ଅଧିକ କ୍ବାର୍ଟର୍ସ ଭୁବନେଶ୍ବରକୁ ସ୍ଥାନାନ୍ତର ହେବା ପରେ ଏବଂ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସଂଖ୍ୟା ବଢ଼ିବାରୁ *ସାପ୍ତାହିକ ପ୍ରାର୍ଥନା ଶୁକ୍ରବାରରୁ ରବିବାରକୁ ବଦଳିଥିଲା।* ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସଂଖ୍ୟା ବଢ଼ିବାରୁ ଏବଂ କ୍ବାର୍ଟର୍ସରେ ଏକାଠି ହେବା ସମ୍ଭବ ନ ହେବାରୁ ରାଜ୍ୟ ସରକାରଙ୍କୁ ଚର୍ଚ୍ଚ ପାଇଁ ଜମି ଯୋଗାଇ ଦେବାକୁ ଆବେଦନ କରିଥିଲେ। *ୟୁନିଟ-୪ସ୍ଥିତ ଭୌମନଗରରେ ଏଥିପାଇଁ ୧୯୬୦ ମସିହାରେ ୧ଟଙ୍କାରେ ୧ଏକର ଜମି ମିଳିଥିଲା।* ଆଉ ୪ବର୍ଷ ପରେ ଅର୍ଥାତ୍ *ମାର୍ଚ୍ଚ ୮,୧୯୬୪ରେ "ୟୁନିଅନ୍ ଚର୍ଚ୍ଚ"ର ଉଦ୍‌ଘାଟନ* ହୋଇଥିଲା। *ଏବେ* ଚର୍ଚ୍ଚରେ ପ୍ରତି ରବିବାର *୫୦୦ରୁ ୬୦୦ ପରିବାର ଏକାଠି* ହେଉଛନ୍ତି।

ରାଜଧାନୀରେ ମୋଟ୍ ବାସିନ୍ଦାଙ୍କର *ପ୍ରାୟ ୪ ପ୍ରତିଶତ ହେଉଛନ୍ତି ମୁସଲିମ୍ ସମ୍ପ୍ରଦାୟର।* ରାଜଧାନୀର *ସବୁଠୁ ପୁରୁଣା ଓ ବଡ଼ ମସଜିଦ୍‌ କହିଲେ ୟୁନିଟ-୪ ସ୍ଥିତ "ଜାମା ମସଜିଦ୍‌ ବା କ୍ୟାପିଟାଲ ମସଜିଦ୍‌"କୁ ବୁଝାଏ।* କ୍ୟାପିଟାଲ ମସଜିଦ୍‌ର *କାର୍ଯ୍ୟକାରୀ ବୋର୍ଡ ସଦସ୍ୟ ସୟଦ୍ ବରକତ୍ ଅଲୀ ତନୱିର୍‌ଙ୍କ କହିବାନୁଯାୟୀ :* ରାଜଧାନୀରେ ପୂର୍ବରୁ କିଛି ମୁସଲିମ୍‌ ଗାଁ ଯେପରି *ଯଦୁପୁର,ସୁନ୍ଦରପଦାରେ ମସଜିଦ୍‌ ଥିଲା।* ରାଜଧାନୀର ବାକି ଅଞ୍ଚଳରେ ଯେଉଁମାନେ ରହୁଥିଲେ ;  ସେମାନେ ପ୍ରାର୍ଥନା ପାଇଁ ଏଠାକୁ ଯାଆନ୍ତି। କିନ୍ତୁ *ରମଜାନ୍,ଇଦ୍‌ ଆଦି ପର୍ବ ସମୟରେ ସମସ୍ତେ ଏକାଠି ମସଜିଦ୍‌ ଭିତରେ ପ୍ରାର୍ଥନା କରିବା ସମ୍ଭବ ହୁଏନି।* ତେଣୁ ରାଜଧାନୀରେ ଏକ ବଡ଼ ମସଜିଦ୍‌ ନିର୍ମାଣ କରିବା ପାଇଁ *ପୂର୍ବତନ ମୁଖ୍ୟଯନ୍ତ୍ରୀ ସୟଦ୍ ମମତାଜ୍ ଅଲ୍ଲୀ ଉଦ୍ୟମ* କରିଥିଲେ। ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିବା ପରେ *୧୯୬୦ ମସିହାରେ ୟୁନିଟ-୪ରେ ୧ଟଙ୍କାରେ ପ୍ରାୟ ଏକ ଏକର ଜମି ମିଳିଥିଲା।* ହେଲେ ଅର୍ଥ ଅଭାବରୁ ବଡ଼ ମସଜିଦ୍‌ ହୋଇପାରିଲାନି। ବହୁବର୍ଷ ଆଜବେଷ୍ଟସ୍ ଘରେ ମସଜିଦ୍ ଚାଲିଲା। ଏଥିରେ *ଏକସଙ୍ଗେ ୨୫୦ଲୋକ ପ୍ରାର୍ଥନା* କରିବା ସୁବିଧା ହେଲା। ଏହାପରେ ଗୋଟିଏ ମହଲା ଛାତ ବିଶିଷ୍ଟ ମସଜିଦ୍‌ ହେଲା। ସମୟକ୍ରମେ ମସଜିଦ୍‌ ଆକାର ବଢ଼ିଲା। *ସୟଦ୍ ମମତାଜ୍‌ ଅଲ୍ଲୀଙ୍କ ଉଦ୍ୟମରେ ଆଜବେଷ୍ଟସ୍‌ ଘରେ ଆରମ୍ଭ ହୋଇଥିବା ମସଜିଦ୍‌ ଆଜି ଦୁଇ ମହଲା ବିଶିଷ୍ଟ ହୋଇଛି। ଏକସଙ୍ଗେ ୩ହଜାର ଲୋକ ପ୍ରାର୍ଥନା କରିପାରୁଛନ୍ତି।* ରମଜାନ୍ ମାସର ଶେଷ ଶୁକ୍ରବାର ସବୁଠୁ ଅଧିକ ଭିଡ଼ ଏଠାରେ ହୋଇଥାଏ। ଏହି *ମସଜିଦ୍‌ ଏବେ ୱାକଫ୍ ବୋର୍ଡ ଦ୍ବାରା ପରିଚାଳିତ* ହେଉଛି।

    ରାଜଧାନୀର *ଶିଖ ସମ୍ପ୍ରଦାୟର ଲୋକଙ୍କ ପାଇଁ ଖାରବେଳ ନଗରରେ ପ୍ରାୟ ଏକ ଏକର ଜମିରେ ନିର୍ମାଣ ହୋଇଥିବା ବିରାଟକାୟ ଗୁରୁଦ୍ବାର ଆଜକୁ ପ୍ରାୟ ୫୦ବର୍ଷ ତଳେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଗୋଟିଏ ଛୋଟ ଘରେ ଆରମ୍ଭ* ହୋଇଥିଲା। ଗୁରୁଦ୍ବାରର *ସାଧାରଣ ସମ୍ପାଦକ ଯଶପାଲ୍‌ ସିଂହଙ୍କ କହିବାନୁଯାୟୀ :* *୧୯୬୧-୬୨ରେ* ରାଜଧାନୀରେ ପ୍ରାୟ *୨୦ଟି ଶିଖ୍ ପରିବାର* ଥିଲେ। ପ୍ରାର୍ଥନା ପାଇଁ ହେଉ କି ପର୍ବପର୍ବାଣି ; ସବୁ ପାଇଁ *କଟକର କାଳିଆବୋଦା ସ୍ଥିତ ଗୁରୁଦ୍ବାରକୁ ଯିବାକୁ ପଡ଼ୁଥିଲା।* ତେଣୁ ଭୁବନେଶ୍ବରରେ ଗୁରୁଦ୍ବାର କରିବା ପାଇଁ ସ୍ଥିର ହେଲା। ହେଲେ ଜାଗା ନଥିବାରୁ ସେତେବେଳେ ଶିଖ୍ ଧର୍ମାବଲମ୍ବୀଙ୍କ ମଧ୍ୟରେ *ସବୁଠୁ ଧନୀ ବ୍ୟକ୍ତି ଥିବା ସର୍ଦ୍ଦାର ଉତ୍ତମ ସିଂହ* ନିଜ ବାସଭବନରେ ଗୋଟିଏ ଘର ଗୁରୁଦ୍ବାର କରିବାକୁ ଦେଇଥିଲେ। *ପରେ ଉତ୍ତମ ସିଂହ ଓ ଇନ୍ଦରସନ୍ କନଷ୍ଟ୍ରକସନ୍‌ର ମୁଖ୍ୟ ସନ୍ତୋକ ସିଂହ* ରାଜ୍ୟ ସରକାରଙ୍କୁ ଭେଟି ଗୁରୁଦ୍ବାର ପାଇଁ ଜାଗା ମାଗିଲେ। *୧୯୬୭-୬୮ରେ ପ୍ରାୟ ଏକ ଏକର ଜମି ମିଳିଲା। ଏଥିପାଇଁ ଶିଖ୍ ସମ୍ପ୍ରଦାୟ ମାତ୍ର ୧ଟଙ୍କା ରାଜ୍ୟ ସରକାରଙ୍କୁ ଦେଇଥିଲେ।* ଏହିଠାରେ *ସର୍ଦ୍ଦାର ଉତ୍ତମ ସିଂହ,ସର୍ଦ୍ଦାର ସନ୍ତୋକ ସିଂହ,ସର୍ଦ୍ଦାର ଜ୍ଞାନ ସିଂହ,ସର୍ଦ୍ଦାର ବୀର୍‌ ସିଂହ ଏବଂ ଅନ୍ୟମାନଙ୍କ ଉଦ୍ୟମରେ ଗୁରୁଦ୍ବାର ସିଂହ ସଭାର ମୂଳଦୁଆ* ପଡ଼ିଥିଲା।

related posts

Leave a Comment