Home Breaking News ପଶ୍ଚିମବଙ୍ଗ ନିର୍ବାଚନ ରାଲିରେ କରୋନା ନିୟମ ଉଲ୍ଲଂଘନ, ଆସନ୍ତାକାଲି ଇସିଙ୍କ ସର୍ବଦଳୀୟ ବୈଠକ

ପଶ୍ଚିମବଙ୍ଗ ନିର୍ବାଚନ ରାଲିରେ କରୋନା ନିୟମ ଉଲ୍ଲଂଘନ, ଆସନ୍ତାକାଲି ଇସିଙ୍କ ସର୍ବଦଳୀୟ ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଶ୍ଚିମବଙ୍ଗରେ ଜାରି ଥିବା ବିଧାନସଭା ନିର୍ବାଚନ ମଧ୍ୟରେ କରୋନା ଭାଇରସ ସଂକ୍ରମଣ ଲଗାତାର ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ପ୍ରଚାରକୁ ନେଇ ଆଲୋଚନା କରିବାକୁ ଯାଉଛନ୍ତି । ଏଥି ପାଇଁ ନିର୍ବାଚନ କମିଶନ ଶୁକ୍ରବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ପଶ୍ଚିମବଙ୍ଗରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଂଜୟ ବସୁ କହିଛନ୍ତି ଯେ, ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ କରୋନା ଭାଇରସ ସଂକ୍ରମଣ ବଢ଼ିଚାଲିଥିବା ବେଳେ ନିର୍ବାଚନ ପ୍ରଚାରକୁ ନେଇ ଏହି ବୈଠକ ଡକାଯାଇଛି । ବୈଠକରେ ଆଲୋଚନା କରାଯିବ ଯେ, କରୋନା ଭାଇରସକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର କିଭଳି କରାଯାଇପାରିବ । ଫଳରେ ସଂକ୍ରମଣରୁ ବର୍ତ୍ତି ଯାଇହେବ । ବୈଠକରେ ଭର୍ଚୁଆଲ ପ୍ରଚାର ଉପରେ ମଧ୍ୟ ଆଲୋଚନା ହୋଇପାରେ । କଲକତା ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ ବଢ଼ିଚାଲିଥିବାରୁ ବିଧାନସଭା ନିର୍ବାଚନ ଲାଗି ରାଜନୈତିକ ଦଳର ପ୍ରଚାର ସଂପର୍କରେ ସ୍ୱାସ୍ଥ୍ୟ ସଂପର୍କିତ ସମସ୍ତ ନିର୍ଦ୍ଦେଶ ପାଳନ ହେବା ଦରକାର ।

related posts

Leave a Comment