କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ର ସରପଞ୍ଚ ଏବଂ ସମିତି ସଦସ୍ୟଙ୍କ ଏକ ବୈଠକ କଙ୍କଡାହାଡ଼ ପଞ୍ଚାୟତ ସମିତି ସଭାଘରେ ଅନୁଷ୍ଠିତ ହେଇଥିଲା ।ଗତ ସମିତି ବୈଠକ ତା/୧୨/୦୪/୨୦୨୧ ରେ ସମିତି ବୈଠକ ଚାଲୁଥିବା ସମୟରେ ବିଧବା ଭତା,ବାର୍ଦ୍ଧକ୍ୟ ଭତା, ଭିନ୍ନକ୍ଷମ ଭତା ପାଇବା ପାଇଁ ଆବେଦନ କରାଯାଉ ଥିଲେ ମଧ୍ୟ ଭତା ହେଉ କି ଯେଉଁ ଭତା ଫର୍ମ ବ୍ଲକ ର ସମାଜ ମଙ୍ଗଳ ଅଧିକାରୀନି ନଳିନୀ ସିଂହ ଙ୍କୁ ଦେଇଥିଲେ ମଧ୍ୟ ଅଧିକାରୀ ଫର୍ମ ହଜେଇ ଦେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ବାଟଗାଁ ସରପଞ୍ଚ ରାଜେନ୍ଦ୍ର ସ୍ୱାଇଁ ।ଏହା ପରେ ବାଟଗାଁ ସରପଞ୍ଚ ଓ ସମାଜ ମଙ୍ଗଳ ଅଧିକାରୀ ଙ୍କ ମଧ୍ୟରେ ରେ ଯୁକ୍ତିତର୍କ ହେଇଥିଲା ।ଏହା ପରେ ସମାଜ ମଙ୍ଗଳ ଅଧିକାରୀ ସମିତି ମିଟିଙ୍ଗ ଚାଲୁଥିବା ସମୟରେ ଜାତିଆନ କେଶ ଦେବାକୁ ଧମକ ଦେଇଥିଲେ ବୋଲି କଙ୍କଡାହାଡ଼ ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟ କଙ୍କଡାହାଡ଼ ଥାନା ଅଧିକାରୀ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।ଏହା ପରେ ସରପଞ୍ଚ ଓ ସମିତି ସଦସ୍ୟ ବ୍ଲକ ବିଡ଼ିଓ ଙ୍କୁ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଦେଇଛନ୍ତି ଯେ ସମାଜ ମଙ୍ଗଳ ଅଧିକାରୀ ଙ୍କ କଙ୍କଡାହାଡ଼ ବ୍ଲକ ରେ ୧୦ ବର୍ଷ ହେଲାଣି କାର୍ୟ୍ଯ କରୁଥିବାରୁ ସେ ମନମୁଖୀ କାର୍ୟ୍ଯ କରୁଥିବାରୁ ତାଙ୍କୁ ବ୍ଲକ ରୁ ଅନ୍ୟତ୍ର ବଦଳି କରାଯିବା ପାଇଁ ଦାବିପତ୍ର ଦେଇଛନ୍ତି ।ଏହି ଦାବିପତ୍ର ଦେବା ସମୟରେ ଜିଲ୍ଲାପରିଷଦ ସଦସ୍ୟ ସୁକାନ୍ତି ପ୍ରଧାନ,ଚାରୂଲତା ମିଶ୍ର,ସରପଞ୍ଚ ରାଜେନ୍ଦ୍ର ସ୍ୱାଇଁ, ଗୁଣନିଧି ସାହୁ,ସୁଶାନ୍ତ ସାହୁ,କଳାବତୀ ପଧାନ,ଅନୁସୟା ସାହୁ,ମାର୍ଗଶିର ପଧାନ,ମୋହନ ବାଗ, ପାହାନ୍ତି ପାତ୍ର,ସୁମିତ୍ରା ପରିଡା,ଭାରତୀ ସାହୁ,ହୃଦାନନ୍ଦ ବେହେରା,ଲୋକନାଥ ସିଂହ, ସମିତି ସଦସ୍ୟ କୃଷ୍ଣଚନ୍ଦ୍ର ସାହୁ,ସୁବାସ ପଧାନ,ସମ୍ବାରି ପଧାନ,ସାଧ୍ୟରାଣୀ ବରାଳ,ପ୍ରମୋଦ ସିଂହ ଉପସ୍ଥିତ ଥିଲେ ।
ବ୍ଲକ ସମାଜ ମଙ୍ଗଳ ଅଧିକାରୀଙ୍କ ବଦଳି ପାଇଁ ଦାବିପତ୍ର
Share with
previous post