Home Breaking News / ତାଜା ଖବର ଗ୍ରାହକଙ୍କ ଶୋଷ ମେଣ୍ଟାଉଛି ପେଟ୍ରୋଲ ପମ୍ଫ

ଗ୍ରାହକଙ୍କ ଶୋଷ ମେଣ୍ଟାଉଛି ପେଟ୍ରୋଲ ପମ୍ଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭଞ୍ଜନଗର(ସମୀର କୁମାର ମହାପାତ୍ର): କଥାରେ ଅଛି ମାନବ ସେବା ହଁ ମାଧବ ସେବା। ଆଉ ଏଭଳି କଥା କୁ ପ୍ରାଥମିକତା ଦେଇ ଭିନ୍ନ ଏକ ନିଆରା ସେବା ଜାରି ରଖିଛି ଭଞ୍ଜନଗର ଏସଆର ପେଟ୍ରୋଲ ପମ୍ପ। ଚଳିତ ବର୍ଷ ଫେବୃଆରୀ ମାସରୁ ହିଁ ପ୍ରଚଣ୍ଡ ରୌଦ୍ର ତାପ ବୃଦ୍ଧି ପାଇ ଥିବା ବେଳେ ପ୍ରାୟ ସବୁ ନଈ ନାଳ ପୋଖରୀ କୂଅ ସବୁ ଶୁଖିଲା ପଡିଛି। ଏଥି ସହିତ ଭଞ୍ଜନଗର ପ୍ରଶାସନ ଆଜି ଯାଏଁ ସାଧାରଣ ଲୋକଙ୍କ ପାଇଁ ଜଳଛତ୍ର ଟିଏ ଖୋଲି ପାରିନି। ଏଭଳି ପରିସ୍ଥିତି ରେ ଭଞ୍ଜନଗର ବେଲଲଗୁଣ୍ଠା ରୋଡ ସ୍ଥିତ ଏସଆର ପେଟ୍ରୋଲ ପମ୍ପ ପକ୍ଷରୁ ଭିନ୍ନ ଧରଣର ଜଳଛତ୍ର ଖୋଲା ଯାଇଛି। ପେଟ୍ରୋଲ ପମ୍ଫ କୁ ତେଲ ପକାଇବା ପାଇଁ ଆସୁ ଥିବା ଲୋକଙ୍କୁ ଚଲ୍ଲାପଣା ପ୍ରାୟ 1 ମାସ ହେବ ଲୋକଙ୍କୁ ପ୍ରଦାନ କରା ଯାଉଛି। ଏହି ଅଭିଯାନ ପେଟ୍ରୋଲ ପମ୍ଫ ଆରମ୍ଭ ହେବା ପରଠାରୁ ଅର୍ଥାତ ୩ବର୍ଷ ହେଲା ପ୍ରତ୍ୟେକ ଗ୍ରୀଷ୍ମ ଋତୁରେ ଖୋଲା ଯାଉଛି। ଯାହାକୁ ପିଇ ପେଟ୍ରୋଲ ଓ ଡିଜେଲ ପକାଇବାକୁ ଆସୁଥିବା ଗ୍ରାହକ ମାନେ ଆନନ୍ଦ ମନ ରେ ଯାଉଥିବା ମ୍ୟାନେଜେର ଓ ଲୋକଙ୍କ ସେବା କରୁଥିବା ଦୟାନିଧି ଗୌଡ଼ କହିଛନ୍ତି।

related posts

Leave a Comment