Home Breaking News / ତାଜା ଖବର ଡରାଇଲା କରୋନା,ଫିକା ପଡିଲା ମେରୁଦଣ୍ଡ ଯାତ୍ରା

ଡରାଇଲା କରୋନା,ଫିକା ପଡିଲା ମେରୁଦଣ୍ଡ ଯାତ୍ରା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୁଗୁଡ଼ା(ତ୍ରିଲୋଚନ ପଣ୍ଡା): ଗତବର୍ଷ ବିଶ୍ବରେ ଏମିତି ଏକ ମହାମାରୀ ରୂପେ ଠିଆ ହେଲା ଯେ ହିନ୍ଦୁଧର୍ମର ସମସ୍ତ ସଂସ୍କୃତି ଓ ପରମ୍ପରା କୁ ଭୟଭୀତ କରାଇ ବନ୍ଦ କରିଦେଇଥିବା ବେଳେ ଏହି ବର୍ଷ ମଧ୍ୟ କରୋନା ର ଦ୍ବିତୀୟ ଲହର ଆସି ପୁଣି ଜନସାଧାରଣଙ୍କୁ ଅସ୍ତବ୍ଯସ୍ତ କରି ପ୍ରଶାସନ ପକ୍ଷରୁ ସମସ୍ତ ତୀର୍ଥସ୍ଥଳ ଗୁଡିକୁ କଟକଣା ଲଗାଇ ପ୍ରବେଶ ପଥକୁ ସିଲ୍ କରିଦେଇଛନ୍ତି । ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ମା’ମହାମାୟୀ ଦଣ୍ଡକାଳୀଙ୍କ ପନ୍ଦର ଦିନିଆ ଧରି ଚାଲିଥିବା ଦଣ୍ଡଯାତ୍ରାର ଉଦଯାପନ ଉତ୍ସବରେ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କିନ୍ତୁ କ୍ଷୋଭର ବିଷୟ କରୋନା ର ପ୍ରଭାବକୁ ଭୟଭୀତ ହୋଇ ଭକ୍ତ ଶୁନ୍ଯରେ କେବଳ ତେର ଭକ୍ତଙ୍କ ଗହଣରେ ମେରୁ ଓହଳାଇ ଥିଲେ । ପ୍ରଭାତରୁ ଅଳ୍ପ ସଂଖ୍ୟକ ତେର ଭକ୍ତଙ୍କୁ ନେଇ ଧୁଳିଦଣ୍ଡ,ଜଳଦଣ୍ଡ ଓ ଅଗ୍ନିଦଣ୍ଡ ନୀତି ସଂପନ୍ନ କରାଯାଇଥିଲା । ତାପରେ ନଗର ପରିକ୍ରମା କରି ମେରୁ ମଣ୍ଡପରେ ହୋମକୁଣ୍ଡରେ ଅଗ୍ନି ସଂଯୋଗ କରି ପାଟଦଣ୍ଡୁଆଙ୍କୁ ଝୁଲାଯାଇଥିଲା । ପ୍ରଶାସନ ଓ ପରିଚାଳନା କମିଟିଙ୍କ ତୀକ୍ଷ୍ଣ ନଜର ରହି ଯାତ୍ରା ସମାପନ କରାଯାଇଥିଲା ।

related posts

Leave a Comment