Share with
ଜଗତସିଂହପୁର(ସୁମନ ଜେନା): ଜୁଆ ଖେଳ ଉପରେ କୁଜଙ୍ଗ ପୋଲିସର ଚଢ଼ାଉ।ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ତଥା କୁଜଙ୍ଗ ବ୍ଲକ ଫତେପୁର ପଞ୍ଚାୟତ ଜଳଧରପୁର ଗ୍ରାମରେ।ତେବେ ଜଳଧର ପୁର ଗ୍ରାମରେ ତିନି ଦିନ ଧରି ଡ୍ରାମା ପ୍ରତିଯୋଗିତା ଚାଲିଥିବା ବେଳେ କେତେକ ଅସାମାଜିକ ବ୍ୟକ୍ତି ସେଠାରେ ଜୁଆ ଖେଳୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ କୁଜଙ୍ଗ ପୋଲିସ ଅତର୍କିତ ଚଢ଼ାଉ କରିଥିଲା।ଫଳରେ ଜୁଆ ଖେଳୁଥିବା ଜୁଆଡି ମାନେ ଘଟଣା ସ୍ଥଳ ଛାଡି ପଳାୟନ କରିଥିଲେ।ପୋଲିସ ଘଟଣା ସ୍ଥଳରୁ ଜୁଆରେ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ବେଳେ ଡ୍ରାମା ଆୟୋଜନ କରିଥିବା ଯୁବକ ମାନଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି।