ରାୟଗଡ(ଧନେଶ୍ୱର ରାଉତ): ରାୟଗଡ ଜିଲ୍ଲାରେ ଦିନକୁ ଦିନ କୋଭିଡ଼ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଏହାର ମୁକାବିଲା କରିବାନିମନ୍ତେ ଜ୍ଜରସର ଉଦ୍ଧ୍ୟମ ଜାରିରଖିଛନ୍ତି l ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସୀମା ଚେକ ପଏଣ୍ଟ ଗୁଡିକରେ କଡାକଡି ଯାଞ୍ଚ କରାଯାଉଛି l ଆଜି ସେଭଳି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ୱେବିନlର ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି l ବିଶେଷ କରି ବିଭିନ୍ନ ବ୍ଲକର କୋଭିଡ କ୍ୟାର ସେଣ୍ଟର ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଆଗକୁ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରସ୍ତୁତ ରଖିବା ପାଇଁ ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ସେହିପରି କୋଭିଡ ଚିହ୍ନଟ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଔଷଧ ମହଜୁଦ ସମ୍ପର୍କରେ ପଚାରି ବୁଝିଥିଲେ l ସେହିପରି ଜିଲ୍ଲାକୁ ବାହାର ରାଜ୍ୟରୁ ଫେରୁଥିବା ଲୋକମାନଙ୍କୁ ସଙ୍ଗରୋଧ ନିଶ୍ଚିତ କରାଇବl ନିମନ୍ତେ ସମସ୍ତ ବିଡ଼ିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ବଢ଼ୁଥିବା ରୋଗୀମାନଙ୍କ ତୁରନ୍ତ ଚିକିତ୍ସା ନିମନ୍ତେ ଆବଶ୍ୟକ ପଦକ୍ଷେ ନେବାକୁ ପ୍ରସ୍ତୁତ ରହିବାକୁ କହିଥିଲେ l
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡିଆରଡ଼ିଏ ଶ୍ରୀ ମହେଶ୍ୱର ନାଏକ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଯେ. ସନlଲ, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼l. ଆର୍ତ୍ତବନ୍ଧୁ ନlୟକ ,ଉପଖଣ୍ଡ ଚିକିତ୍ସା ଅଧିକାରୀ ଗୁଣପୁର, ଡିପିଏମ ରାଜେଶ ପଟ୍ଟନାୟକ, ଜିଲ୍ଲାର ସମସ୍ତ ବିଡ଼ିଓ ମାନେ, ସମସ୍ତ ତହସିଲଦାର ମାନେ ଓ ସମସ୍ତ ପୌର ନିର୍ବାହୀ ଅଧିକାରୀ ମାନେ ଗୁଗୁଲ ମିଟିଂ ମାଧ୍ୟମରେ ଯୋଗଦେଇଥିଲେ ଲ
ୱେବିନାର ମାଧ୍ୟମରେ କୋଭିଡ ସ୍ଥିତ ସମୀକ୍ଷା କଲେ ଜିଲ୍ଲାପାଳ
Share with
previous post