Home Breaking News / ତାଜା ଖବର କନ୍ଧମାଳରେ କରୋନା ସଂକ୍ରମଣ ବଢୁଛି: କୋଭିଡ଼ ହସ୍ପିଟାଲ ଖୋଲିବାକୁ ଦାବୀ

କନ୍ଧମାଳରେ କରୋନା ସଂକ୍ରମଣ ବଢୁଛି: କୋଭିଡ଼ ହସ୍ପିଟାଲ ଖୋଲିବାକୁ ଦାବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କରୋନାରଦ୍ଵିତୀୟ ଲହରରେ କନ୍ଧମାଳରେ ସଂକ୍ରମିତ ଙ୍କ ସଂଖ୍ୟାଧିରେ ଧିରେ ବଢିବାରେ ଲାଗିଛି । ସଂକ୍ରମିତ ଙ୍କ ସଂଖ୍ୟା ଏବେ ୬୦ ଟପି ଲାଣି। ଜିଲ୍ଲାରେ ଅନେକ ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ମଧ୍ୟ ପ୍ରଶାସନ ଘୋଷଣା କରିଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାରକ୍ଷାକରିବା ନେଇ ପ୍ରଶାସନସଚେତନ କରୁଛି । ତଥାପି ପ୍ରତିଦିନ ସଂକ୍ରମିତ ଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଫଳରେ ବନ୍ଦ ହୋଇ ଥିବା କୋଭିଡ଼ ହସ୍ପିଟାଲକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ଦାବୀ ଯୋର ଧରିଛି ।
କରେ । ନା ରୋଗୀଙ୍କ ଚିକିତ୍ସା ପାଇଁ ଗତ ବର୍ଷ ୧୫୦ ଶର୍ଯ୍ୟା ସହ ଆଇସିୟୁ ଓ ଭେଣ୍ଟିଲେଟର ସୁବିଧା ସହ କିମସ ସହାୟତାରେ କୋଭିଡ ହସ୍ପିଟାଲ ଖୋଲାଯାଇ ସେଠାରେ ରୋଗୀଙ୍କୁ ଚିକିତ୍ସା କରାଯାଉଥିଲା।
ତେବେ କରେ ନା ସଂକ୍ରମଣ କମିବା ଫଳରେ ହସ୍ପିଟାଲକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିଲା।
ଏବେ ପୁଣି ଦ୍ୱିତୀୟ ଲହର ରେ କରେ। ନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ପ୍ରଶାସନ ଚିନ୍ତାରେ ଥିବାବେଳେ ଲୋକେ ମଧ୍ୟ ଭୟଭୀତ ହୋଇ ପଡିଲେଣି । ଏପଟେ
କରେ ନା ଟିକା ମଧ୍ୟ ଆବଶ୍ୟକ ଅନୁଯାୟୀ ଜିଲ୍ଲାକୁ ଆସୁନି । ଲୋକେ ଟିକ। କେନ୍ଦ୍ରକୁ ଆସି ଫେରୁଛନ୍ତି । ଅନେକ ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି। ଏଣୁ ତୁରନ୍ତ କୋଭିଡ଼ହସ୍ପି ଟାଲ ଖୋଲିବା ପାଇଁ ଦାବୀ ହେଉଛି ।
ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ଉଦ୍ୟମ ଆରମ୍ଭ ହୋଇଛି । ଜିଲ୍ଲାପାଳ ଡ।’ବୃନ୍ଦାଡ଼ି, ସିଡିଏମ ଓ ଡା .ରାଜଶ୍ରୀ ପଟ୍ଟନାୟକ,ଡିପି ଏମ ମନୋରଂଜନ ସାହୁ , ଡିଏମ ଆରସିଏଚଆଶିଷ ମହାନ୍ତିଙ୍କ ସମେତ ବହୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଯୋଗଦେଇ ହସ୍ପିଟାଲ ଯାଇ ଭିତ୍ତିଭୂମୀ ଅନୁଧ୍ୟାନ କରିଥିଲେ । ତେବେ ଅତି ଶିଘ୍ର ଯେପରି କୋଭିଡ଼ହସ୍ପିଟାଲ ଖୋଲ । ଯାଇ ରୋଗୀକୁ ଉନ୍ନତମାନର ସେବା ଯୋଗ।ଇ ଦିଆଯାଇପାରିବ ସେଥିପ୍ରତି ଦୃଷ୍ଟିଦେବାକୁ କଂଗ୍ରେସ ନେତା ଘନ କୁମାର ଶବର, ହେମନ୍ତ କୁମାର କର ପ୍ରମୁଖ ଦାବୀ କରିଛନ୍ତି ।

related posts

Leave a Comment