ସୋନପୁର,୧୫/୦୪- ଆଜି ସରକାରି ବାଳକ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କରୋନା ଲଢେଇରେ ଜନସାଧରଣ କଭଳି ନିଜକୁ ସାମିଲ କରିବେ ସେ ବିଷୟରେ ରେଡକ୍ରସ ପରାମର୍ଶଦାତାମାନେ ଜନସାଧରଣଙ୍କୁ ସଚେତନ କରିଥିଲେ । ଆମେ ସମସ୍ତେ ସଚେତନ ଭାରତୀୟ ଭାବରେ ବାରମ୍ବାର ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତଧୋଇବା, ବାହାରକୁ ଗଲେ ନିଶ୍ଚିତ ମାସ୍କ ପରିଧାନ କରିବା ଏବଂ ସାମାଜିକ ଦୂରତାକୁ ପାଳନ କରିବାକୁ ଅତିଥିମାନେ ଆହ୍ବାନ କରିଥିଲେ । ଏଥିରେ ବିନିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ନୀଳାଚଲ ମେହେର ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବିନିକା ଗୋଷ୍ଠି ଶିକ୍ଷାଧୁକାରୀ ଶଶିଭୂଷଣ ସେଠି,ମୁଖ୍ୟଅତିଥ , ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜୁନିଅର ରେଡକ୍ରସ ଉପଦେଷ୍ଟା ପ୍ରମୋଦ କୁମାର ପଣ୍ଡା, ସମାଜସେବୀ ଅକ୍ଷୟ କୁମାର ପୂଜାହାରୀ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସଚେତନତା କରିଥିଲେ । ବିନିକା ଅଂଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ୧୫ ଗୋଟିଏ ପରିବାରକୁ ହାଇଜିନ କିଟ, ସାନିଟାଇଜର, ସାବୁନ ପ୍ରଭୃତି ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ସଭାକାର୍ଯ୍ୟରେ ବିନିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ନୀଳାଚଲ ମେହେର ଅଧ୍ୟକ୍ଷତା କରିଥିଲେ । ସାଧନକର୍ମ ଦୃଷିକେଶ ଡାଙ୍ଗ ହାତ ଧୋଇବାର ସୋପାନ ବିଷୟରେ ଉପଭୋକ୍ତା ମାନଙ୍କୁ ସଚେତନ କରି ଥିଲେ। ବିସିସି ଅନନ୍ତରାମ ପାଢୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପରାମର୍ଶଦାତା ନିତ୍ୟାନନ୍ଦ ପ୍ରଧାନ, ଅହଲ୍ୟା ଜେନା, ଶୁଭଶ୍ରୀ ପଟ୍ଟନାଏକ, ସୁଦାମ ସୁନା, କୃଷ୍ଣଚନ୍ଦ୍ର ମାହାକୁର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ସାଧନକର୍ମୀ ଶେଷଦେବ ଛତ୍ର ଧନ୍ୟବାଦ ଅର୍ପଣ କରିଥିଲେ
ବିନିକାରେ କରୋନା ସଚେତନତା କାର୍ଯ୍ୟକ୍ରମ
Share with