Home Breaking News / ତାଜା ଖବର ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତ ରାମ ଦଣ୍ଡସେନା): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଦଣ୍ଡେଇବସା ଗ୍ରାମରେ ଡାକ୍ତର ଭୀମ ରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ,,, ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଦଣ୍ଡେଇବସା ଗାଁରେ ସରକାର ଙ୍କ କୋଭିଡ 19 ନିୟମ କୁ ସମସ୍ତେ ପାଳନ କରି ଭାରତ ସମ୍ବିଧାନ ର ରଚଇତା ତଥା ଭାରତ ରତ୍ନ ବିଆର ସମ୍ବେଦକର ଙ୍କ 130 ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି ଉକ୍ତ ଜନ୍ମ ଜୟନ୍ତୀ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଶ୍ରିଯୁକ୍ତ ରାଜେନ୍ଦ୍ର ସିଂ ନିନା ସ୍ଥାନ ଅଳଙ୍କୃତ ହୋଇଥିବାବେଳେ ,ସମ୍ନାନିତ ଅତିଥି ଭାବେ ଅଵସର ପ୍ରାପ୍ତ ଶିକ୍ଷକ ଶ୍ରିଯୁକ୍ତ ରୋହିତ କୁମାର ସାମନ୍ତ,ଓ ମୁଖ୍ୟବକ୍ତା ରୂପେ ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବନେତା ଶ୍ରିଯୁକ୍ତ ବେଣୁଧର ଜଗତ ଉପସ୍ଥିତ ରହିଥିଲେ ଓ ଆମନ୍ତ୍ରିତ ଅତିଥି ବୃନ୍ଦ ପ୍ରଥମେ ବାବା ଆମ୍ବେଦକର ଙ୍କ ଫଟୋ ଚିତ୍ର ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ, ଏହି ଜନ୍ମ ଜୟନ୍ତୀ ଉତ୍ସବ ରେ ବୋଡେ଼ନ ଅଂଚଳର ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାକ୍ସ ପରିଧାନ କରି ଓ ସାମାଜିକ ଦୂରତା ରକ୍ଷା କରି ଡାକ୍ତର ଭୀମ ରାଓ ଆମ୍ବେଦକର ଜନ୍ମ ଜୟନ୍ତୀ କୁ ସାଫଲ୍ୟ କରିଥିଲେ l

related posts

Leave a Comment