Home Breaking News ରାମ ଚରିତ ମାନସ ଓ ଯଜ୍ଞ ସଂକୀର୍ତନ ପରାୟଣ

ରାମ ଚରିତ ମାନସ ଓ ଯଜ୍ଞ ସଂକୀର୍ତନ ପରାୟଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ୱର ରାଉତ)ରାୟଗଡା ଜିଲ୍ଲା ସଦର ବ୍ଲକ ନାଥମା ପଞ୍ଚାୟତ ର ସଦର ମହକୁମା ଠାରେ ରାମ ଚରିତ ମାନସ ପରାୟଣ ଯଜ୍ଞ ଅନୁଷ୍ଠାନ ର ଆୟୋଜନ କରାଯାଇଛି l ନାଥମା ଗ୍ରାମର ଆବାଳ ବୃଦ୍ଧ ମନେ ମିଶି ଆୟୋଜନ କରିଛନ୍ତି l ଉପଦେଷ୍ଟା ତଥା ଆବାହକ ଯୋଗିଁଶ୍ରୀ ଙ୍କ ଆଦେଶ କ୍ରମେ ଏହି ଯଜ୍ଞାନୁଷ୍ଠାନ ଆଗେଇ ଚାଲିଛି l ଏହି ମାଙ୍ଗଳିକ କାର୍ଯ୍ୟ 13/04 ରୂ ଆରମ୍ଭ ହୋଇ 23/04 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l କଳସ ଯାତ୍ରା ପୂର୍ବକ ସକାଳୁ ଯଜ୍ଞ ହବନ ଆହୁତି, ମଧ୍ୟାହ୍ନ ରେ ଅନ ପ୍ରସାଦ ସେବନ ସନ୍ଧ୍ୟା ରେ ଆଳତି ପରେ ସତସଙ୍ଗ କରାଯିବ l ନଗର ସଂକୀର୍ତନ ମାଧ୍ୟମରେ ଜନ ଜାଗୃତି କରି ସତ୍ୟ ସନାତନ ଧର୍ମର ଅନୁସାରେ କାର୍ଯ୍ୟକ୍ରମ କରାଯିବ l ଅଞ୍ଚଳରେ ରହିଥିବା କୁ ସଂସ୍କାର, ଅନ୍ଧ ବିଶ୍ୱାସ, ବଳି ପ୍ରଥା, ଗୁଣି ଗାରେଡି, ବାଲ୍ୟ ବିବାହ, ଝାଡ ଫୁଙ୍କି ଭଳି ଅନ୍ଧ ବିଶ୍ୱାସ କୁ ଦୂର କରି ବନବାସୀଙ୍କ ନିଶା ମୁକ୍ତ କରିବା ଓ ମୁଖ୍ୟ ସ୍ରୋତରେ ସାମିଲ ହେବାଭଳି ସଂସ୍କାର ମୁଣ୍ଡନ, ପୁସବନ, ଅନପ୍ରସନ, ବିଦ୍ୟାରମ୍ଭ ଭଳି ଅନେକ ମାଙ୍ଗଳିକ କର୍ମ କରାଯିବ ବୋଲି ଆୟୋଜକ କହିଛନ୍ତି l ଆଖ ପାଖ ଗ୍ରାମର ସହ ଲୋକ କୋଭିଡି ନିୟମ ମାନି ମାସ୍କ ଓ ସାମାଜିକ ଦୂରତା ରକ୍ଷା କରି ଆସି ପହଂଚି ନିଜ ନିଜ ମାନସିକ ଅନୁସାରେ ପୂଜନ କରି ଧାର୍ମିକ ଶିକ୍ଷା ଲାଭ କରି ନିଜ କର ସେବାରେ ସାଫଲ୍ୟ ମଣ୍ଡିତ କରିବାପାଇଁ ଚେଷ୍ଟା କରୁଥିବା ଯୋଗିଁଶ୍ରୀ କହିଛନ୍ତି l 23/04 ରେ ପୂର୍ଣ୍ଣାହୁତି ହେବାକୁ ଥିବାରୁ ଏହି ଯଜ୍ଞାନୁଷ୍ଠାନରେ ବହୁ ମାନ୍ୟ ଗଣ୍ୟ, ସନ୍ଥ ଯୋଗ ଦେବାର ସୂଚନା ଅଛି ବୋଲି ଆୟୋଜକ କହିଛନ୍ତି l ଦିନକୁ ଦିନ ବିଧର୍ମୀ ମାନଙ୍କ ପ୍ରାଦୁର୍ଭାବ ବଢୁଥିବା ବଢ଼ି ଅସାମାଜିକ ତତ୍ୱ ବଢ଼ି ଚାଲିଥିବା ବେଳେ ଏହିଭଳି କାର୍ଯ୍ୟକ୍ରମ କୁ ସାଂସ୍କୃତିକ ମହଲରେ ସ୍ୱାଗତ କରିବା ସହ ଆହୁରି ବ୍ୟାପକ କରିବାପାଇଁ ଆଶା ପୋଷଣ କରିଛନ୍ତି ଲ

related posts

Leave a Comment