Home Breaking News ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ରାୟଗଡା ଜିଲ୍ଲାରେ ପାଳନ

ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ରାୟଗଡା ଜିଲ୍ଲାରେ ପାଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ୱର ରାଉତ )-ରାୟଗଡ ଜିଲ୍ଲା ସଂସ୍କୃତି ସମ୍ପନ ଜିଲ୍ଲା ଅଟେ l ଏଠି ସବୁ ପର୍ବ ପର୍ବାଣୀ ବହୁ ଆଡମ୍ବର ସହ ପାଳନ କରାଯାଇଥାଏ l କିଛି ଲୋକ ଓଡ଼ିଆ ନବ ବର୍ଷ ଭାବେ ପାଳନ କରନ୍ତିତ ଅନ୍ୟ କିଛି ମହାବୀର ଜୟନ୍ତୀ ଓ ପଣା ସଂକ୍ରାନ୍ତି ଭାବେ ପାଳନ କରନ୍ତି l ଏହି ଦିବସ କୁ ଗ୍ରୀଷ୍ମ କାଳର ଆରମ୍ଭ ବୋଲି ଧରାଯାଏ କାରଣ ସୂର୍ଯ୍ୟ ତେରଛା ଗତିରୁ ସିଧା ଗତିକୁ ଆସିଥାଏ l ବୈଜ୍ଞାନିକ ଙ୍କ ମତରେ ମହା ବିଷୁବ ସଂକ୍ରାନ୍ତି ବୋଲି କହନ୍ତି କାରଣ ମେରୁ ଅଞ୍ଚଳରେ ଆଜି ଠାରୁ ୬ ମାସ ଅନ୍ଧାର ଥିବା ଭୂଖଣ୍ଡ ଆଜିଠୁ ଆଲୋକିତ ହୋଇଥାଏ ଏହାହିଁ ଆଜିର ବିଶେଷତ୍ୱ l ଜିଲାରେ ପ୍ରତ୍ୟେକ ହନୁମାନ ମନ୍ଦିର ମାନଙ୍କରେ ପୂଜାର୍ଚନା କରାଯାଇ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ପଣା ମହାବୀର ଙ୍କ ଲାଗି କରାଯାଇ ସର୍ବ ସାଧାରଣରେ ବଣ୍ଟନ କରାଯାଇଥାଏ l ଆଜି ଠାରୁ ପ୍ରତ୍ୟକ ଦିନ ଗ୍ରୀଷ୍ମ କାଳ ସରିଲା ପର୍ଯ୍ୟନ୍ତ ପଣା ପାନୀୟ ରୂପେ ଗ୍ରହଣ କରାଗଲେ ରୌଦ୍ର ତାପର ପ୍ରକୋପରୁ ମୁକ୍ତି ମିଳି ଥାଏ ବୋଲି ସନ୍ଥ ଯୋଗିଁଶ୍ରୀ ଚୈତନ୍ୟ ରାମ କହିଛନ୍ତି l ମୁଖ୍ୟତଃ ଜିଲ୍ଲାର କଲ୍ୟାଣସିଙ୍ଘପୁର ବ୍ଲକ ମାଝୀଗୁଡା ହନୁମାନ ମନ୍ଦିର, ଶିକାରପାଈ ଶିବ ମନ୍ଦିର, ରାଧା କୃଷ୍ଣ ମନ୍ଦିର, ରାୟଗଡା ହନୁମାନ ଛକ ର ମହାବୀର ମନ୍ଦିର, ଗୁଣୁପୁର, ଗୁଡ଼ାରୀ, ପଦ୍ମପୁର, ମୁନିଗୁଡା, ବିଷମକଟକ ଅଞ୍ଚଳର ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇଉଠିଥିଲା ଲ

related posts

Leave a Comment