Home Breaking News / ତାଜା ଖବର ଦକ୍ଷିଣ ମୁଖି ହନୁମାନ ମନ୍ଦିରରେ 108 ହନୁମାନ ଚାଳିଶା ପରାୟଣ

ଦକ୍ଷିଣ ମୁଖି ହନୁମାନ ମନ୍ଦିରରେ 108 ହନୁମାନ ଚାଳିଶା ପରାୟଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ୱର ରାଉତ )ରାୟଗଡା ଜିଲ୍ଲା ଜେ କେ ପୁର ଅମଲାଭଟା ଛକ ନିକଟସ୍ଥ ଦକ୍ଷିଣ ମୁଖି ହନୁମାନ ମନ୍ଦିରରେ ଆଜି ହନୁମାନ ଜୟନ୍ତୀ ଯାକ ଯମକରେ ପାଳନ ହୋଇଯାଇଛି l ପୂର୍ବ ପ୍ରସ୍ତୁତି ଅନୁସାରେ ସମସ୍ତ ବ୍ୟବସ୍ଥା ହେବା ପରେ ଭୋରୁ 4 ଟା ସମୟରୁ ହନୁମାନ ଚାଳିଶା ପାଠ କରାଯିବା ଆରମ୍ଭ ହୋଇଯାଇଥିଲା l ପର୍ଯ୍ୟବେକ୍ଷକ ଯୋଗିଁଶ୍ରୀ ଚୈତନ୍ୟ ରାମ ଯୋଗ ଦେଇ ମାର୍ଗ ଦର୍ଶନ କରିଥିଲେ l ଏହି ପରାୟଣ ପ୍ରାୟ ଦିନ 12 ଟା ପର୍ଯ୍ୟନ୍ତ ଚାଲିଥିଲା l ଆଖ ପାଖ ଅଞ୍ଚଳର ଭକ୍ତ ଯୋଗଦେଇ ପାଳି କରି ଏହି ପରାୟଣ କରିଥିଲେ l ସମୁଦାୟ ଏକ ସହ ଆଠ ଥର ଚାଳିଶା ପାଠ କରାଯାଇ ଥିଲା l ଏହି ମନ୍ତ୍ର କୁ ପାଠ କରିବା ଦ୍ୱାରା ଶରୀରର ପୀଡା, ସଙ୍କଟ, ଭୁତ ପ୍ରେତ, ରୋଗ ରୂ ମୁକ୍ତି ମିଳିବାସହ ମନକୁ ଶାନ୍ତି ମିଳିଥାଏ ବୋଲି ଯୋଗିଁଶ୍ରୀ କହିଛନ୍ତି l କରନା କଟକଣା କୁ ଦେଖି ମାତ୍ର 100 ଜଣଙ୍କ ସମାଗମ କରାଯାଇଥିଲା l ନଚେତ ସହ ସହ ଲୋକଙ୍କ ସମାଗମ ହୁଏ, ପରାୟଣ ସହ ଅନ ପ୍ରସାଦ ର ବ୍ୟବସ୍ତା ହୁଏ l ଏହି ସବୁ ଆୟୋଜନ ମନ୍ଦିର ପରିଚାଳନା କମିଟି ତଥା ସ୍ଥାନୀୟ ଭକ୍ତଙ୍କ ସହାୟତାରେ ହୋଇଥାଏ ବୋଲି ଜି ଚିନାମ ନାଇଡ଼ୁ କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ମହିଳା ମଣ୍ଡଳୀ, ପାଣ୍ଡେ ଜି, ଆଲୁ ଶଙ୍କର, ତ୍ରିନାଥ ସାହୁ, ତ୍ରିପାଠୀ ବାବୁ, ଜି କ୍ରିଷ୍ଣ ଓ ମନ୍ଦିର ପରିଚାଳନା କମିଟି ଉପସ୍ଥିତ ଥିଲେ l

related posts

Leave a Comment