ଡାବୁଗାଁ, ୧୪/୪ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକର ଡାବୁଗାଁ ଗ୍ରାମ ପଞ୍ଚାୟତରେ ୨ ଜଣ, ଚଚରାଗୁଡା ପଞ୍ଚାୟତର ୧ ଜଣ ଓ ବଡଓଲମା ପଞ୍ଚାୟତରେ ୧ ଜଣ କରୋନା ପଜିଟିଭ୍ ମଙ୍ଗଳବାର ଚି଼ହ୍ନଟ ହୋଇଛନ୍ତି । ଡାବୁଗାଁ ପଞ୍ଚାୟତ ଅଧୀନ କନ୍ୟାଶ୍ରମ ବିଦ୍ୟାଳୟର ୨ ଜଣ, ଚଚରାଗୁଡା ପଞ୍ଚାୟତର ହଳଦୀ ଗ୍ରାମର ୧ ଜଣ ଓ ବଡଓଲମା ପଞ୍ଚାୟତର ଶିଙ୍ଗିଗୁଡା ଗ୍ରାମରେ ୧ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ସଂପୂର୍ଣ୍ଣ ଡାବୁଗାଁ କନ୍ୟାଶ୍ରମ, ଚଚରାଗୁଡା ପଞ୍ଚାୟତର ହଳଦୀ ଗ୍ରାମର କମୁଳୁ ଗୌଡଙ୍କ ସଂପୂର୍ଣ୍ଣ ଘର ଓ ବଡଓଲମା ପଞ୍ଚାୟତର ଶିଙ୍ଗିଗୁଡା ଗ୍ରାମର ମୁକେଶ ହରିଜନଙ୍କ ସଂପୂର୍ଣ୍ଣ ଘରଟିକୁ କଣ୍ଟେନମେଣ୍ଟ ଜୋନ ଭାବେ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଉକ୍ତ କଣ୍ଟେନମେଣ୍ଟ ଜୋନ ଚଳିତ ମାସ ୨୩ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଯାହାବି ହେଉ ଆଗାମୀ ଦିନରେ ଡାବୁଗାଁ ବାସୀଙ୍କୁ ଆହୁରି ସତର୍କ ରହିବାକୁ ପଡିବ । ସ୍ଥାନୀୟ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡା କଡ଼ି କରାଯାଇଛି । ଏହାସହ ଉକ୍ତ ଗ୍ରାମ ଗୁଡିକୁ ସିଲ କରିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି | ପ୍ରଶାସନ ପକ୍ଷରୁ ଡାବୁଗାଁ ବସଷ୍ଟାଣ୍ଡ ରେ ମାସ୍କ ଯାଞ୍ଚ କଡାକଡି କରାଯାଇଛି ତହସିଲଦାର ସନ୍ଧ୍ୟା ସମରଥ ପୋଲିସ କର୍ମ ଚାରି ମାନଙ୍କ ସହ ସହର ସାରା ବୁଲି ପ୍ରତ୍ୟେକ ଦୋକାନୀଙ୍କୁ ମାକ୍ସ ପିନ୍ଧିବା ,ଦୋକାନ ଆଗରେ ଡୋରି ବାନ୍ଧି ଗ୍ରାହକ ମାନଙ୍କୁ ସାମଜିକ୍ ଦୂରତା ଉପରେ ଧ୍ୟାନ ଦେଵା ଉପରେ ବ୍ୟାପକ ପରାମର୍ଶ ଦେଇଥିଲେ।ଚାରି ଛକରେ ରହି ମାକ୍ସ ଜନସଧାରଣ ପିନ୍ଧି ଯା’ ଆସ କରୁଛନ୍ତି କି ନାହି ଅନୁଧ୍ୟାନ କରୁଥିଲେେ।ତହସିଲଦାର ଙ୍କ ଏପରି କାର୍ଯ୍ୟକୁ ଜନସାଧାରଣ ରେ ଭୁୟସି ପ୍ତଶସା କରିଛନ୍ତି।
ଡାବୁଗାଁ ବ୍ଲକରେ ୪ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ
Share with