Home Breaking News ଶବର ସାଂସ୍କୃତିକ ସଙ୍ଘ ତରଫରୁ ଡ଼ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଶବର ସାଂସ୍କୃତିକ ସଙ୍ଘ ତରଫରୁ ଡ଼ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ୱର ରାଉତ )-ରାୟଗଡା ଜିଲ୍ଲା ଗୁଣୁପୁର ସବ ଡିଭିଜନ ଅଞ୍ଚଳର ଶବର ସାଂସ୍କୃତିକ ସଂଘ ତରଫରୁ ଭାରତ ରତ୍ନ ବାବା ସାହେବ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ ହୋଇଯାଇଛି l ଏହା ବିଜୁ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଥିଲା l ଦଳିତ ସମାଜ ଓ ପଛୁଆ ବର୍ଗଙ୍କ ପାଇଁ କରିଥିବା ସଂଘର୍ଷ ର ବ୍ୟାଖ୍ୟା କରାଯାଇଥିଲା l ତାଙ୍କର କହିଥିବା କଥା ଶିକ୍ଷିତ ହୁଅ, ସଂଘଟିଥ ହୁଅ, ସଂଘର୍ଷ କର ଏହି ତିନି ମହାନ ଉପଦେଶକୁ ମାନି ଚାଲିଲେ ଆଗକୁ ରାସ୍ତା ସୁଗମ ହେବ ବୋଲି ଆଲୋକ ପାତ କରାଯାଇଥିଲା l ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ଜେ ସୋନାଲ ଯୋଗ ଦେଇ ନିଜର ବକ୍ତବ୍ୟ ରଖି ଥିଲେ ବାବା ଶାହବ ଙ୍କ ଦେଶ ଭକ୍ତି, ତ୍ୟାଗ, ସଂଘର୍ଷ, ବିଚକ୍ଷଣ ବୁଦ୍ଧି କୁ ପ୍ରଶଂସା କରିଥିଲେ l ଏହିଁ ଶବର ସଂଗଠନ ଦୀର୍ଘ ବର୍ଷ ଧରି ଏହି ଅଞ୍ଚଳର ଶବର ଜାତି ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, କୁସଂସ୍କାର, ଅନ୍ଧ ବିଶ୍ୱାସ, ଭଳି ସମସ୍ୟା ଦୂରୀକରଣ ଦିଗରେ କାମ କରି ଆସୁଥିବା ର ନଜିର ରହିଛି l ସବୁଠୁ ବଡ଼ ବିଷୟ ହେଲା ତାଙ୍କ ଜାତିର ଶବର ଭାଷା କୁ ଲିପି ଓ କଥାକୁ କିପରୀ ବଞ୍ଚାଇ ରଖା ଯାଇପାରିବ ସେଥିପ୍ରତି ସଂଘର୍ଷ ଜାରି ରଖିଛି l ଆମ୍ବେଦକର ଙ୍କ ପ୍ରୟାସ ଯୋଗୁଁ ଆଜି ଦଳିତ ସମାଜ ଉନତି ଆଡକୁ ବଢୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ବରିଷ୍ଟ ଶବର ନେତା ବିଦ୍ୟା ଶବର କହିଥିଲେ l ଏହି ସମାବେଶ ରେ ବଳରାମ ଶବର, ରହିଦାସ ଶବର, ବୁଲୁ, ଚିଣ୍ଟୁ, ଫଲ୍ଗୁନୀ ଶବର ଓ ଆଖ ପାଖ ଅଞ୍ଚଳର ଶବର ଭାଇ ଭଉଣୀ ଯୋଗ ଦେଇଥିଲେ l

related posts

Leave a Comment