Home Breaking News ରାଇକିଆରେ ଡ଼ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

ରାଇକିଆରେ ଡ଼ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ:(ରଜତ କୁମାର ନାୟକ):ଭାରତ ରତ୍ନରେ ସମ୍ମାନିତ ଡ଼.ଭିମରାଓ ଆମ୍ବେଦକରଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ବୁଧବାର ରାଇକିଆ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାନ ଜନନାୟକ ତଥା ସମ୍ବିଧାନ ରଚୟିତା ଡ଼ ଆମ୍ବେଦକରଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ପ୍ରଦିପ ପ୍ରଜ୍ବଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଇକିଆ ଅଞ୍ଚଳର ବୁଦ୍ଧି ଯିବି ଭାସ୍କର ପ୍ରଧାନ, ଲକ୍ଷଣ ପ୍ରଧାନ,ସିମାଞ୍ଚଳ ପ୍ରଧାନ,ମିନକେତନ ସାହାଣି, ସଦାନନ୍ଦ ପ୍ରଧାନ, ଜୁଲିଆନ ଦିଗାଳ,ଶରତ ପ୍ରଧାନଙ୍କ ସହ ମନୋଜ ଦିଗାଳ ଯୋଗଦେଇ ତାଙ୍କ ଦେଶ ଓ ସମାଜ ପ୍ରତି ରହିଥିବା ଅବଦାନର ମୂଲ୍ୟ ବୋଧକୁ ନେଇ ଆଲୋକପାତ କରାଯାଇଛି। ଆଜିର ଏହି କାର୍ଯ୍ୟକ୍ରମକୁ ଭାସ୍କର ପ୍ରଧାନଙ୍କ ସଭାପତିତ୍ବରେ ନୁତନ ଭାବେ “ଆମ୍ବେଦକର ଏକତା ପରିଷଦ” ନାମରେ ଏକ କମିଟି ଗଠନ କରାଯିବା ପାଇଁ ନିଷ୍ପତ୍ତି କରାଯାଇଛି।ଏବଂ ଆଗାମୀ ଦିନରେ ଏହି କମିଟି ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ଲୋକମାନଙ୍କର ସାମୁହିକ ବିକାଶ କରିବା ଏହି କମିଟିର ମୂଳ ଲକ୍ଷ୍ୟ ରହିବ ବୋଲି କୁହାଯାଇଛି।

related posts

Leave a Comment