Home Breaking News ସତ୍ୟନଗର ସ୍ମଶାନରେ ହେଲା ଅଜିତ ମଙ୍ଗରାଜଙ୍କ ଶେଷକୃତ୍ୟ ସମ୍ପନ

ସତ୍ୟନଗର ସ୍ମଶାନରେ ହେଲା ଅଜିତ ମଙ୍ଗରାଜଙ୍କ ଶେଷକୃତ୍ୟ ସମ୍ପନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆର ପାରିରେ ଚାଲିଗଲେ ପିପିଲ ଉପନିର୍ବାଚନ କଂଗ୍ରେସ ପାର୍ଥି ଅଜିତ ମଙ୍ଗରାଜଙ୍କ । ତାଙ୍କର ପାର୍ଥିବ ଶରୀର ଭୁବନେଶ୍ୱରର ଘରୋଇ ହସ୍ପିଟାଲରୁ ସ୍ୱତନ୍ତ୍ର ବ୍ୟବସ୍ଥା ଭାବେ ନିଆଯାଇଛି । ତାଙ୍କର ଶେଷକୃତ୍ୟ ସମ୍ପନ ପାଇଁ ସତ୍ୟନଗର ସ୍ମଶାନକୁ ନିଆଯାଇଥିଲା । ପୋଲିସ ଓ ବି ଏମ ସି କୋରନାରେ ତାଙ୍କର ମୃତ୍ୟୁ ଘଟିଥିବାରୁ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ତାଙ୍କର ମର ଶାରିରୀକୁ ନିଆଯାଇଛି । ତାଙ୍କର ଦେହାନ୍ତ ଖବର ଶୁଣି ସବୁ ରାଜନୈତିକ ଦଳର ନେତା କର୍ମୀ ମାନେ ପହଞ୍ଚିଥିଲେ । ଗୋଟିଏ ପରେ ଗୋଟିଏ ବିଜେଡି , କଂଗ୍ରେସ , ବିଜେପି ନେତାମାନେ ହସ୍ପିଟାଲରେ ପହଞ୍ଚିଥିଲେ । ଏମିତିକି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଆଖିରୁ ଲୁହ ଧାର ବୟାନ କରୁଥିଲା କି ଅଜିତ ମଙ୍ଗରାଜ ତାଙ୍କ ପାଇଁ କେତେ ମହତ୍ୱ ଥିଲେ । କଂଗ୍ରେସର ମଙ୍ଗ ଧରି ଚାଲୁଥିବା ଅଜିତ ମଙ୍ଗରାଜ ଆରପାରିରେ ଚାଲିଯାଇଥିବା ଶୁଣି ମଧ୍ୟ କେହି ବିଶ୍ୱାସ କରିପାରିନଥିଲେ । ତାଙ୍କର ମର ଶରୀର ନିକଟରେ ଭୁବନେଶ୍ୱରର ତିନି ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା , ଅନନ୍ତ ନାରାୟଣ ଜେନା , ଓ ସୁଶାନ୍ତ ରାଉତ ପହଞ୍ଚିଥିଲେ । ସମସ୍ତେ ତାଙ୍କର ମୃତ୍ୟୁ ପାଇଁ ସ୍ତବ୍ଧ ପାଲଟିଛନ୍ତି । କଂଗ୍ରେସର ବିଧାୟକ , ନେତା କର୍ମୀ ପହଂଚି ଅଜିତ ମଙ୍ଗରାଜ ଜିନ୍ଦାବାଦ ନାରା ଦେଇଥିଲେ ।

related posts

Leave a Comment