ମାଲକାନଗିରି(ସଞ୍ଜୟ ଢ଼ାଲି): ପାଣି ପାଇଁ ଡହଳବିକଳ ହେଉଛନ୍ତି ୭ ପରିବାର ସମେତ ଅଙ୍ଗନବାଡି କେନ୍ଦ୍ର ଏବଂ ବିଦ୍ୟାଳୟ ର ଛାତ୍ରଛାତ୍ରୀ। ତେବେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ର 12 ନମ୍ବର ୱାର୍ଡ ରେ ।ତେବେ ବାଲିମେଳା ଏନଏସି ର ୧୨ ନଂ ୱାର୍ଡ ସ୍ଥିତ କଲୋନୀ-୧୨ ଅଞ୍ଚଳରେ ଦୀର୍ଘ ୫ ବର୍ଷ ଧରି ଉତ୍କଟ ଜଳ ସମସ୍ୟା ଲାଗି ରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ଜଳ ବିଦ୍ୟୁତ କେନ୍ଦ୍ରର ସାମ୍ନାରେ ଅଛି ଏହି ବସ୍ତି କିନ୍ତୁ ସେମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯେପରି ସେମାନଙ୍କ ପାଇଁ ସାତ ସପନ ପାଲଟିଛି । ଅଞ୍ଚଳବାସୀଙ୍କ କହିବାନୁସାରେ ୫ ବର୍ଷ ପୂର୍ବେ କିନ୍ତୁ ଏମାନଙ୍କୁ OHPC ବିଭାଗ ପକ୍ଷରୁ ପାଇପ ଯୋଗେ ଘର ଘରକୁ ପାଣି ଯୋଗାଇ ଦିଆଯାଉଥିଲା । ଅଞ୍ଚଳବାସୀ ଙ୍କୁ ବିଶୁଦ୍ଧ ଜଳ ଯୋଗାଇଦେବା ନିମନ୍ତେ ଓଏଚପିସି। ପରେ କିନ୍ତୁ ତାହା ପିଏଚଇଡି ବିଭାଗ କୁ ହସ୍ତାନ୍ତର କରିଥିଲା ।PHD ବି ବିଭାଗ ପକ୍ଷରୁ ଏହି ଅଞ୍ଚଳବାସୀ ଙ୍କୁ ପାଣି ଯୋଗାଇଦେବା ନିମନ୍ତେ କୌଣସି ସ୍ଥାନରେ ପାଣି ପଏଣ୍ଟ ନିର୍ମାଣ କରାଯାଇ ନାହିଁ କିମ୍ବା ଜଳ ଯୋଗାଣ ନିମନ୍ତେ କିଛି ବନ୍ଦୋବସ୍ତ ମଧ୍ୟ କରାଯାଇନି ।ଯାହା ଫଳରେ ଟିକକ ପିଇବା ପାଣି ପାଇଁ ସେମାନଙ୍କ ଘରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା କେନାଲ ପାଣି ଉପରେ ନିର୍ଭର କରି ଚଲିବାକୁ ପଡୁଛି। ସେମାନେ ତାଙ୍କ ନିଜ ନିଜ ଘରକୁ ଏକ ପାଇପ ସଂଯୋଗ କରିବା ନିମନ୍ତେ ସମସ୍ତ ଡକ୍ୟୁମେଣ୍ଟ ପିଏଚଇଡି ବିଭାଗ ଜର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦେଇ ଗୁହାରି କରିଥିଲେ ସୁଦ୍ଧା କେହି ବି କର୍ଣ୍ଣପାତ କରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଏହି ଅଞ୍ଚଳରେ ଅଚଳ ଅବସ୍ଥାରେ ପଡିଥିବା ନଳକୂପ ଗୁଡିକୁ ମରାମତି କରାଯାଉନଥିବା ଅଭିଯୋଗ ହୋଇଛି । ବିଡ଼ମ୍ବନାର ବିଷୟ PHD କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଓ ଏହି ଅଞ୍ଚଳରେ ପାଣି ପଏଣ୍ଟ ପାଇଁ ଦେବା ପାଇଁ କୌଣସି ପ୍ରୋଭିଜନ ନାହିଁ ବୋଲି ବାଲିମେଳାପିଏଚଇଡି ବିଭାଗର ଜଳ ଯୋଗାଣ ଦାଇତ୍ୱ ରେ ଥିବା ଠିକାଦାର ଆର.କେ ଜେନାମଣି କହୁଥିବା ଅଞ୍ଚଳବାସୀ ସଙ୍ଗିନୀ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳ ଦେଇ PHD ବିଭାଗ ପକ୍ଷରୁ ପାଇପ ଯୋଗେ ବାଲିମେଳା ସହର ର ସମସ୍ତ ଜନସାଧାରଣଙ୍କୁ ପାଣି ଯୋଗାଇ ଡିଆ ଯାଉଛି ସତ କିନ୍ତୁ ଏହି ଅଞ୍ଚଳବାସୀ ଉତ୍କଟ ଜଳ କଷ୍ଟ ଭୋଗୁଥିବା ଦେଖିବାକୁ ମିଳିଛି। ତେଣୁ କୌଣସି ଉପାୟ ନ ପାଇ ଶେଷରେ ନିରାଶ ହୋଇ ନିଜ ଭାଗ୍ୟକୁ ଆଦରି ବହୁ କଷ୍ଟରେ ଜୀବନଯାପନ କରୁଥିବା ଅଞ୍ଚଳବାସୀ କୋହଭାରା କଣ୍ଠରେ ପ୍ରକାଶ କରିଛନ୍ତି ।ଲୋକଙ୍କ ଦାବି ପରେ PHD କର୍ତ୍ତୃପକ୍ଷ ବାଧ୍ୟହୋଇ ସେହି ପାଇପ ଟିକୁ କଣା କରି ଚାରିକଡେ ଇଟାରେ ଏକ ଟାଙ୍କି ନିର୍ମାଣ କରିଥିଲେ । ଉକ୍ତ କଣା ପାଇପରେ ଆସୁଥିବା ସ୍ୱଳ୍ପ ମାତ୍ରାର ପାଣିକୁ ନିଜ ଘର ପାଇଁ ଅଞ୍ଚଳବାସୀ ସେମାନଙ୍କର ଛୋଟ ଛୁଆ ମାନଙ୍କୁ ବିପଦ ସଂକୁଳ ଅବସ୍ଥାରେ ଉକ୍ତ ଟାଙ୍କି ମଧ୍ୟକୁ ପଠାଇ ବହୁ କଷ୍ଟରେ ଜଳ ସଂଗ୍ରହ କରୁଥିବା ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ କଲୋନୀ-୧୨ ପ୍ରାଥମିକ ବିଦ୍ୟାଳୟ ଏବଂ ଏହାକୁ ଲାଗି ଏକ ଅଙ୍ଗନବାଡି ମଧ୍ୟ ରହିଛି କିନ୍ତୁ କୁନି କୁନି ପିଲାମାନେ ମଧ୍ୟ ଏହିଭଳି ସମାନ ସମସ୍ୟା ଭୋଗୁଥିବା ଅଞ୍ଚଳବାସୀ କହିଛନ୍ତି। ତେବେ ଏନଏସି ର ବିଭିନ୍ନ ୱାର୍ଡ ରେ ଦିଆଯାଇଥିବା ଷ୍ଟାଣ୍ଡ ପୋଷ୍ଟ ଗୁଡିକ ମଧ୍ୟରୁ ଅଧିକାଂଶ ପାଇପ ର ଟ୍ୟାପ ନଥିବାରୁ ପ୍ରତିଦିନ ଅଯଥାରେ ହଜାର ହଜାର ଲିଟର ପାଣି ନଷ୍ଟ ହେଉଥିବା ବେଳେ ଏହି ଅଞ୍ଚଳର ଲୋକମାନେ ଟୋପାଏ ପାଣି ପାଇଁ ବହୁ ଦୁର୍ଦଶା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ତେଣୁ ତୁରନ୍ତ ଯଦି ଏଠରେ ଲାଗିରହିଥିବା ପାଣି ସମସ୍ୟାର ସ୍ଥାୟୀ ସମାଧାନ କରାନଯାଏ ତାହେଲେ ଆଗାମୀ ଦିନରେ ସେହି ଅଞ୍ଚଳର ମଙ୍ଗୁଳି ଆପୋଟ, ଭଗବାନ ଗୌଡ଼, ଅର୍ଜୁନ ଦଲାଇ, ମନୁ ଦଳାଇ, କଂସୁଲା ଦଳାଇ, ରମେଶ ପଟ୍ଟନାୟକ ଙ୍କ ସମେତ ଅନ୍ୟ ସମସ୍ତ ଅଞ୍ଚଳବାସୀ ଏହାର ପ୍ରତିବାଦରେ ବରାଜରାସ୍ତା କୁ ହାଣ୍ଡି, ଡେକଚି ଧରି ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ବାଲିମେଳା PHD ବିଭାଗର ଜଳ ଯୋଗାଣ ଦାୟିତ୍ବରେ ଥିବା ଠିକାଦାର ଶ୍ରୀ ଜେନାମଣି ଉକ୍ତ ଅଞ୍ଚଳରେ ଥିବା ପାଣି ଟାଙ୍କି କୁ ତୁରନ୍ତ ମରାମତି
କରିବି ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି ।
ଉତ୍କଟ ଜଳ କଷ୍ଟ ଭୋଗୁଛନ୍ତି ୭ ପରିବାର: ଟାଙ୍କିରୁ ବିପଦ ସଂକୁଳ ଅବସ୍ଥାରେ ଜଳ ସଂଗ୍ରହ କରୁଛନ୍ତି କୁନି କୁନି ପିଲା
Share with
previous post