କଟକ(ଗୁରୁଦତ୍ତ ମହାନ୍ତି): କଟକ ମଧୁପଟଣା ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ ହେମନ୍ତ କୁମାର ବାରିକ ବିଦ୍ୟାଳୟ ରେ ପଢ଼ୁଥିବା ଜଣେ ଛାତ୍ରୀ ଙ୍କୁ ଗତ ୯ ତାରିଖ ଦିନ ଟ୍ୟୁସନ ସାରିବା ପରେ ମିଛ ଆଶା ଦେଖାଇ କଲେଜଛକ ସ୍ଥିତ ଏକ ଘରୋଇ ହୋଟେଲ କୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ମାତ୍ର ଛାତ୍ରୀ ଜଣଙ୍କ ଏ ସବୁକୁ ଆଡେଇ ହୋଟେଲ ରୁ ଜବରଦସ୍ତି ବାହାରିଯାଇଥିଲେ ହେଁ ଶିକ୍ଷକ ଜଣଙ୍କ ଭୁଲ ମାଗିକି ତାକୁ ତାଙ୍କ ଘରେ ଛାଡିଦେଇଥିଲେ। ପରେ ଛାତ୍ରୀ ଜଣଙ୍କ ବିଦ୍ୟାଳୟ ରେ ପଢ଼ୁଥିବା ବେଳେ ଶିକ୍ଷକ ଜଣଙ୍କ ଏ ବାବଦ ରେ କେହି ଯେମିତି ନ ଜାଣନ୍ତି କହି ଏସିଡ଼ି ପକେଇବା ର ଧମକ ମଧ୍ୟ ଦେଇଥିଲେ ଏମିତିକି ଦରକାର ପଡ଼ିଲେ ଏସିଡ ମଧ୍ୟ ପକାଇବାର ଧମକ ଦେଇଥିଲେ।ଗତ କାଲି ନାବାଳିକା ଙ୍କ ଘର ଲୋକ ଝିଅର ସୁରକ୍ଷା ଦୃଷ୍ଟି କୋଣରୁ ଓ ନ୍ୟାୟ ପାଇଁ ଥାନାରେ ଅଭିଯୋଗ କରିଥିଲେ। ସେହି ହୋଟେଲ ର ସିସି ଟିଭି ଫୁଟେଜ ଓ ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରି ଉକ୍ତ ଶିକ୍ଷକଙ୍କୁ ମଧୁପାଟଣା ଥାନା ଗିରଫ କରିଛି। ଅନ୍ୟପଟେ ଏହି ଘଟଣାକୁ ବିରୋଧ କରି ସ୍କୁଲ ର ପୁରାତନ ଛାତ୍ର ମାନଙ୍କର ଦ୍ୱାରା ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସ୍କୁଲ କର୍ତ୍ତୃପକ୍ଷ। ତାଙ୍କୁ ସସପେଣ୍ଡ କରିବା ସହ ତାଙ୍କ ବିରୁଦ୍ଧରେ ଏକ ଯାଞ୍ଚ କମିଟି ମଧ୍ୟ ଗଠନ କରିଛି। କମିଟିର ରିପୋର୍ଟ ଆଧାରରେ ତାଙ୍କୁ ଚାକିରୀ ରୁ ଛଟେଇ କରାଯାଇ ପାରେ। ପୋଲିସ ଏ ସି ପି ଶୁଭ ନାରାୟଣ ମୁଦୁଲି ଙ୍କ କହିବାନୁଯାୟୀ ପରିବାର ଲୋକଙ୍କ ଅଭିଯୋଗ କୁ ଭିତ୍ତି କରି ଶିକ୍ଷକଙ୍କୁ ଅଟକ ରଖାଯାଇଛି ମେଡିକାଲ ପରୀକ୍ଷା ପରେ ଗିରଫ କରି କୋର୍ଟ ଚାଲାଣ କରାଯିବ।
ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲେ ରସିକିଆ ଗଣିତ ସାର
Share with
previous post