Home Breaking News / ତାଜା ଖବର କରୋନାରେ ରେଞ୍ଜ ଅଫିସର ପ୍ରଫୁଲ୍ଲ ନାୟକଙ୍କ ମୃତ୍ୟୁ

କରୋନାରେ ରେଞ୍ଜ ଅଫିସର ପ୍ରଫୁଲ୍ଲ ନାୟକଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ୱର ରାଉତ): କରୋନା ମହାମାରୀ ଦ୍ଵିତୀୟ ଲହର ଯୋଗୁଁ ପ୍ରତିକ୍ରିୟା ବିହୀନ ସଂକ୍ରମଣ ବଢ଼ି ଚାଲିଛି ଓ ଅନେକ ଆକ୍ରାନ୍ତ ଚିହ୍ନଟ ହେବାସହ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି l ଆଜି ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେଞ୍ଜ ଅଫିସର ପ୍ରଫୁଲ୍ଲ କୁମାର ନାୟକଙ୍କ ମୃତ୍ୟୁ ହେଇଛି ବୋଲି ଏସ ସି ଏଫ ଶ୍ରୀ ବାତ୍ରା ଜଣାଇ ଥିଲେ l ସେ ଗତ 28/3 ରୂ କରନା ପୋଜେଟିଭ ଜାଣିବା ପରେ ହୋମେ କରେଁଣ୍ଟାଇନ୍ରେ ତାଙ୍କ ସହ ଅଫିସର ଡାଟା ଅପରେକ୍ଟର ପ୍ରଶାନ୍ତ କୁମାର ସିଂ, ରାୟଗଡା ରେଞ୍ଜ ଅଫିସର ଅଶୋକ କୁମାର ପ୍ରଧାନ, ରହିଥିଲେ ପରିସ୍ଥିତି ଅଧିକ ଜଟିଳ ହେବା ପରେ ସେ 3 ତାରିଖରେ ରାୟଗଡା ମେଡିକାଲ ଏଡମିଟ ହେଲେ ତାପରେ 5 ତାରିଖରେ ଜେ କେ ପୁର କୋଭିଡି କେନ୍ଦ୍ରରେ ଭର୍ତ୍ତି ହେଲେ ସେଠି ବି ସ୍ୱାସ୍ଥ୍ୟର ସୁଧାର ନହେଲା ପରେ ବ୍ରହ୍ମପୁର ଏମ କେ ସି ଜି ମେଡ଼ିକାଲରେ ଭର୍ତ୍ତି ହୋଇ ଆଇ ସି ୟୁ ରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ l ଆଜି ଅର୍ଥାତ 13 ତାରିଖ ଦିନ ଅପରାହ୍ନ ରେ ନିଶ୍ୱାସ ପ୍ରଶ୍ୱାସ ନେବା ବନ୍ଦ ହୋଇଯାଇଥିଲା ବୋଲି ଚିକିତ୍ସା କରୁଥୁବା ଡାକ୍ତର କହିବା ପରେ ପରିବାର ତଥା ବିଭାଗରେ ଶୋକର ଛାୟା ଖେଳି ଯାଇଛି l ତାଙ୍କ ସହ କୋରେଣ୍ଟାଇନ୍ରେ ରହିଥବା ପ୍ରଶାନ୍ତ କୁ ସିଂ ଏବେ ବିଶାଖାପାଟଣା ରେ ଚିକିତ୍ସିତ ହେଉଛନ୍ତି l ତାଙ୍କ ପୋଜେଟିଭ ଜାଣିଲା ପରେ ରେଞ୍ଜ ଅଫିସକୁ ସାନିଟାଈଜ କରାଯାଇଥିଲା l ତାଙ୍କ ପରିବାରରେ ଦୁଇ ଝିଅ ଓ ଏକ ପୁଅ ଅଛନ୍ତି ଏଥି ପୂର୍ବରୁ ତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ ଘଟିଥିଲା ତାଙ୍କ ନିଜ ଘର କାଶୀପୁର ଟିକିରି ଅଞ୍ଚଳ ଅଟେ l ତାଙ୍କ ର ଆଉ 4 ବର୍ଷରୁ ଅଧିକ ଦିନ ଚାକିରୀ ଥିଲା ସେ ଗାର୍ଡ଼ରୁ ଫରେଷ୍ଟର ଓ ରେଞ୍ଜର ଭାବେ ପଦଉନତି ହେଇ ଆସିଥିଲେ ସେ ଜଣେ ସୁନ୍ଦର ବ୍ୟବହାର, କର୍ତ୍ତବ୍ୟ ପରାୟଣାତା, ସୁଦକ୍ଷ ଅଧିକାରୀ ଥିଲେ l ତାଙ୍କ ପରିବାରରେ କେହି ରୋଜଗାର କ୍ଷମ ନଥିବାରୁ ଏବେ ତାଙ୍କ ସନ୍ତାନ ସନ୍ତତି ମନେ ଅସୁବିଧାର ସମୁଖୀନ ହେବେ l ତାଙ୍କ ମୃତ୍ୟୁ ଖବର ପାଇଁ ବିଭାଗୀୟ ଅଧିକାରୀ ଶିକାରପାଈ ପୂର୍ବତନ ସରପଞ୍ଚ ସାରାବୁ ସରକା ସରପଞ୍ଚ ଅମ୍ବିକା ସାରାକ ଅଞ୍ଚଳରବରିଷ୍ଟ ଲୋକମାନେ ଶୋକ ପ୍ରକଟ କରିବାସହ ଆତ୍ମାର ସଦଗତି କାମନା କରିଛନ୍ତି l ପ୍ରକାଶ ଯୋଗ୍ୟ ଏହିକିଯେ ଆଜି ସୁଦ୍ଧା ଜିଲାରେ 25 ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାକୁ ଲାଗୁଛି ତେଣୁ ସରକାରଙ୍କ କଟକଣା କୁ ମାନିବା ନିଜେ ସୁରକ୍ଷିତ ରହିବା ସହ ଅନ୍ୟକୁ ସୁରକ୍ଷିତ ରହିବା ଲ

related posts

Leave a Comment