Home Breaking News / ତାଜା ଖବର ରାଇକିଆ ପ୍ରଶାସନ ପକ୍ଷରୁ କୋଭିଡ-୧୯ ନେଇ ଜରୁରୀ ବୈଠକ ଅନୁଷ୍ଠିତ

ରାଇକିଆ ପ୍ରଶାସନ ପକ୍ଷରୁ କୋଭିଡ-୧୯ ନେଇ ଜରୁରୀ ବୈଠକ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ:(ରଜତ କୁମାର ନାୟକ):ସାରା ଦେଶରେ କରୋନାର ଦ୍ବିତୀୟ ଲହର ସାଂଘାତିକ ଭାବେ ସଂକ୍ରମଣ ମାଡି ଆସୁଥିବାରୁ ସରକାର ଏବଂ ପ୍ରଶାସନ ଚିନ୍ତାରେ।ଏନେଇ ସରକାରଙ୍କ ପକ୍ଷରୁ ନୁଆ ଗାଇଡ ଲାଇନ ଜାରି କରାଯାଇଛି।ଏହାକୁ ଦୃଷ୍ଟିରେ ରଖି ରାଇକିଆ ବ୍ଲକ୍ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଲକ୍ କାର୍ଯ୍ୟାଳୟ ମିଟିଙ୍ଗ ହଲ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆଙ୍କ ସଭାପତିତ୍ବରେ କୋଭିଡ-୧୯ ର ଦ୍ବିତୀୟ ଲହର ଆସୁଥିବା ନେଇ ଆଲୋଚନା କରାଯାଇଛି ।ବିଶେଷ କରି କରୋନା ସଂକ୍ରମଣ ଦିନକୁ ଦିନ ବହୁ ମାତ୍ରାରେ ବଢୁଥିବା ଯୋଗୁଁ ଲୋକଙ୍କୁ ସାବଧାନ ସହ ରହିବାକୁ ପଡିବ ଏବଂ ମାସ୍କ ବ୍ୟବହାର, ସାମାଜିକ ଦୂରତା, ସାନିଟାଇଜର,ସହ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ପୋଲିସ ପକ୍ଷରୁ ବ୍ୟାପକ ମାସ୍କ ଚେକିଙ୍ଗି କରାଯାଇଛି ଏବଂ ଏହା ଆଗକୁ ଆହୁରି ବ୍ୟାପକ କରାଯିବ।ଏଥିପାଇଁ ସମସ୍ତେ ଏହା ପାଳନ କରିବାକୁ କୁହାଯାଇଛି। ଏବଂ ଜୋରିମାନାରୁ ବର୍ତ୍ତିବାକୁ କୁହାଯାଇଛି।
ରାଇକିଆ ବ୍ଲକ୍ ର ବାସନ୍ତି ପଲ୍ଲୀ,ଗୁନ୍ଧାଣି,କରଡା ପଞ୍ଚାୟତର କନାଡିରୁ ୪ ଜଣ କରୋନା ସଂକ୍ରମଣ ହୋଇଥିବା ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଯେଉଁ ଘରେ ସଂକ୍ରମଣ ହୋଇଥିବ ସେହି ଘରକୁ ହିଁ ମାଇକ୍ରୋ କନଟେଣ୍ଟ ମେଣ୍ଟ ଜୋନ୍ ଭାବେ ନିଆଯିବ। ଏବଂ ସେହି ଘରକୁ ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ସାନିଟାଇଜର କରାଯାଇଛି ଏବଂ ଆଗକୁ ମଧ୍ୟ କରାଯିବ। ସରକାରଙ୍କ ଗାଇଡ ଲାଇନ ଅନୁସାରେ ବାହାଘର ପାଇଁ ୫୦ ଏବଂ ଅନ୍ତଷ୍ଟକ୍ରିଆରେ ୨୦ ଜଣ ବ୍ୟକ୍ତି ଙ୍କ ପାଇଁ ହିଁ ଅନୁମତି ଦିଆଯାଇଛି। ଏହି ବୈଠକରେ ଥାନା ଅଧିକାରୀ ତରୁଣ ତପନ ବେହେରା,ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅମିୟ ଦତ୍ତ ଗିରି, ଆଇସିଡିଏସ ମଳୟା ମିଶ୍ର, ଏବିଓ ସାରଥୀ କହଁର, ଅତିରିକ୍ତ ତହସିଲଦାର, ଅଗ୍ନିଶମ ଅଧିକାରୀ, କଲେଜ ଓ ସ୍କୁଲ ପ୍ରଧାନ ଶିକ୍ଷକ, ପୁଜା କମିଟି, ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା,ବୁଦ୍ଧି ଯିବି ଯୋଗଦେଇ କୋଭିଡ-୧୯ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ନିଜର ମତପ୍ରକାଶ କରିଛନ୍ତି। ବିଶେଷ କରି ଏହି କରୋନା ମହାମାରୀ ସମୟରେ ଆଗ ଧାଡିର ଯୋଦ୍ଧା ଭାବେ କାର୍ଯ୍ୟ କରିଆସୁଥିବା ଅଙ୍ଗନବାଡ଼ି କର୍ମୀ ଆଶା ଦିଦି ଏବଂ ବିଭିନ୍ନ ମହିଳା ଗୋଷ୍ଠୀଙ୍କ ଦ୍ବାରା ଏହି କରୋନା ସଂକ୍ରମଣ ନେଇ ସଚେତନତା କରିବା ପାଇଁ କୁହାଯାଇଛି।ତା ଛଡା ସାଧାରଣ ଲୋକେ ମଧ୍ୟ ଏନେଇ ସଚେତନତା କରିବାକୁ ମଧ୍ୟ କୁହାଯାଇଛି। ରାଇକିଆ ଏବଂ ବେରେଡାକିଆ ଅଞ୍ଚଳରେ ଗୁରୁତ୍ତ୍ଵର ହୋଇ ପଡିଥିବା ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ମଧ୍ୟ ପାଇଁ ବୈଠକରେ କୁହାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ଲକ୍ ରେ କୋଭିଡ୍ କେନ୍ଦ୍ର ଖୋଲିବା ପାଇଁ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। ଏବଂ ଅସ୍ଥାୟୀ କୋଭିଡ-୧୯ ପାଇଁ ମେଡିକାଲ୍ ମଧ୍ୟ ପ୍ରସ୍ତୁତ କରାଯିବା ପାଇଁ ବୈଠକ ଆଲୋଚନା କରାଯାଇଛି।କୋଭିଡ-୧୯ ଗାଇଡ୍ ଲାଇନ୍ କୁ ସମସ୍ତେ ମାନି ଚଳିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

related posts

Leave a Comment