Share with
ମାଲକାନଗିରି(ସଞ୍ଜୟ ଢ଼ାଲି): ମାଲକାନଗିରି ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟିର ଦବଦବା ଚାଲୁଥିବା ବେଳେ ମାଲକାନଗିରି ଜିଲ୍ଲା ବିଜେପି ଦଳରେ ଫାଟ ହୋଇଥିବା ଦେଖିବାକୁ ମିଳିଛି ।ମାଲକାନଗିରି ବ୍ଳକ ବିଧାୟକ ପ୍ରତିନିଧି ପଦବୀରୁ ଇସ୍ତଫା ଦେଲେ ଅଶୋକ କୁମାର ବୈଦ୍ୟ, ଏ ନେଇ ସେ ଏକ ଲିଖିତ ଇସ୍ତଫା ନାମା ମାଲକାନଗିରି ବିଧାୟକ ଆଦିତ୍ଯ ମାଡିଙ୍କୁ ଦେବା ସହ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି । ତାଙ୍କ କହିବା ମୁତାବକ ଜିଲ୍ଲାର ଏହି ଟିମ ସହ ମିଶି କୌଣସି ଉନ୍ନତି ମୂଳକ କାମ କରିବା ସମ୍ଭବ ମାନେ କରୁନାହିଁ ।ମୋତେ ମାଲକାନଗିରି ବ୍ଳକ ବିଧାୟକ ପ୍ରତିନିଧି କେବଳ ନାମ ମାତ୍ର ରଖିଛନ୍ତି ।ସମସ୍ତ କାର୍ଯ୍ୟ ରେ ବାଦ ଦିଆ ଯାଉଥିବା ସେ ପ୍ରକାଶ କରିଛନ୍ତି ।ତେଣୁ ନିଜକୁ ଦଳରୁ ଦୁରେଇ ରହିବାକୁ ସିଦ୍ଧାନ୍ତ ନେଇଥିବା ସହ ଆଜି ସେ ଇସ୍ତଫା ଦେଇ ନିଜକୁ ଧନ୍ୟ କରୁଥିବା ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି ଏ ସମ୍ପର୍କରେ ଜିଲ୍ଲା ବି ଜେ ପି କର୍ମକର୍ତ୍ତାମଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।