Home Breaking News ଲଳିତ ମୋହନ ଆଶଲତାଙ୍କ ଵୃଦ୍ଧାଶ୍ରମରେ ଅନ ବସ୍ତ୍ର ଦାନ

ଲଳିତ ମୋହନ ଆଶଲତାଙ୍କ ଵୃଦ୍ଧାଶ୍ରମରେ ଅନ ବସ୍ତ୍ର ଦାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ୱର ରାଉତ)-ରାୟଗଡ ସଦରମହକୁମା ରେ ଥିବା କସ୍ତୁରୀ ନଗର ସଖି ଵୃଦ୍ଧାଶ୍ରମରେ ସମାଜ ସେବୀ ଲଳିତ ମୋହନ ଓ ଆଶାଲତା ପଟନାୟକ ଆଶ୍ରମରେ ରହିଥିବା ଅନ୍ତେବାସୀଙ୍କୁ ଅନ ବସ୍ତ୍ର ପ୍ରଦାନ କରିଛନ୍ତି l ଏହି ଆଶ୍ରମରେ ନିଆଶ୍ରିତ ସାହାରା ହୀନ ବୃଦ୍ଧ ବୃଦ୍ଧା ରହନ୍ତି l ଏକ ସ୍ୱତନ୍ତ୍ର କମିଟି ଦ୍ୱାରା ଏହା ପରିଚାଳିତ ହୁଏ l ଏଠି 15 ଜଣ ସଧବା 5 ଜଣ ବିଧବା ଓ 10 ଜଣ ପୁରୁଷ ଅନ୍ତେବାସୀ ରହୁଛନ୍ତି lସ୍ବର୍ଗତ ସମାଜ ସେବୀ ବିଶ୍ୱ ବୈଦିକ ପରିବାର ହାଟ ମୁନିଗୁଡା ପ୍ରତିଷ୍ଠାତା କଲ୍ୟାଣୀ ଦେବୀ ପଟନାୟକ ଙ୍କ ପ୍ରଥମ ଶ୍ରଦ୍ଧା ବାର୍ଷିକୀ ଉପଲକ୍ଷେ ଏହି ଦମ୍ପତି ଦ୍ବୟ ଆଶ୍ରମ କମିଟିକୁ ଅନୁମତି ମାଗିଥିଲେ l ଅନୁମତି ମିଳିଲା ପରେ ଅନ ଲିଙ୍ଗ ଅନୁସାରେ ବସ୍ତ୍ର ପ୍ରଦାନ କରୁଥିଲେ l ଲଳିତ ଜଣେ ଜଣେ ସମ୍ଭ୍ରାନ୍ତ ଶ୍ରେଣୀ ଘରର ସନ୍ତାନ ଥିବାବେଳେ ତାଙ୍କ ଜନ୍ମସ୍ଥାନ କୋଲନରା ବ୍ଲକ ର ଦୁର୍ଗମ ରେଖା ପଦର ଗ୍ରାମର କରଣ ପରିବାର ଅଟେ l ସେ ବର୍ତମାନ ସୁଦୂର କୋରାପୁଟ ଶାବର ଶ୍ରୀକ୍ଷେତ୍ର ର ପରିଚାଳନା ରେ ସହାୟକ ହେବାସହ ସ୍ବର୍ଗତ କୃଷ୍ଣ ପାଣିଗ୍ରାହୀ ଙ୍କ ନିକଟ ସହଯୋଗୀ ରହିବା ସହ ଦେଶିଆ ଭାଷା ସମିଳନୀର ସଂଯୋଯୋଗ ରହି ଆସିଛନ୍ତି l ସେ ସେମିଲିଗୁଡା ବ୍ଲକ ଵିଲା ପୁଟ ଗ୍ରାମରେ ନିର୍ମାଣାଧୀନ ଥିବା ନୂତନ ଜଗନାଥ ମନ୍ଦିର କରାଇବାରେ ମୁଖ୍ୟ ପୁରୋଧା ହୋଇଥିବା ବେଳେ ନବରଙ୍ଗପୁର, ମାଲକାନଗିରି ଝରୀଗାଁ ଜଗନାଥ ମନ୍ଦିର ନିର୍ମାଣର ମୁଖ୍ୟ ଅଟନ୍ତି l ଅଭିଭକ୍ତ କୋରାପୁଟ ଜିଲ୍ଲା ରେ ଜଗନାଥ ସଂସ୍କୃତି ପ୍ରଚାର ପ୍ରସାର କରିବା ଭାଗବତ ଘର ପରିଚାଳକ ରହିଆସିଛନ୍ତି l ସେହି ଭଳି ଅଞ୍ଚଳର ଆଦିବାସୀ ଓ ଗରିବ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସିଲେଇ ଟ୍ରେନିଂ ଧୂପକାଠି ତିଆରି ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ପଢ଼ାଇବା ଭଳି ଜନ ମଙ୍ଗଳ କରି ପାଦ କ୍ଷେପ ନେଇଛନ୍ତି l

related posts

Leave a Comment