Home Breaking News / ତାଜା ଖବର ଘର ଅଗଣାରେ ଅହିରାଜ

ଘର ଅଗଣାରେ ଅହିରାଜ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡ଼ମ୍ବା ରୁ 14 ଫୁଟ ଅହିରାଜ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ । ସକାଳ ପ୍ରାୟ 5 ଟା ବେଳେ କଟକ ଜିଲ୍ଲା ବଡ଼ମ୍ବା ଅନ୍ତର୍ଗତ ସାନବରସିଂ ଗ୍ରାମର ପ୍ରଭାକର ପ୍ରଧାନ ଙ୍କ ଘରେ ଜଣେ ସ୍ତ୍ରୀ ଲୋକ ଘର ଅଗଣା ରେ ଏକ ସାପ ଦେଖିଲେ । ସେ କାହାକୁ ଡାକିବା ପୂର୍ବରୁ ସାପ ଟି ଅଗଣାରେ ପଡିଥିବା କିଛି ପଥର ଭିତରେ ପଶିଗଲା । ଗାଁ ଲୋକ ଯେତେ ଖୋଜା ଖୋଜି କଲେ ଆଉ ସାପ କୁ ପାଇନଥିଲେ । ଯେତେବେଳେ ପଥର ଭିତରେ ସାପଟିକୁ ଦେଖିଲେ କେହି କେହି ଏକ କାଠ ବୋଲି ଭାବିଥିଲେ । ତେବେ ଯେତେବେଳେ ସାପ ଟି ହଲ ଚଲ ହେବା ଆରମ୍ଭ କଲା, ସେତେବେଳେ କାଠ ନୁହେଁ ସାପ ବୋଲି ନିଶ୍ଚିତ ହେଲେ । କିନ୍ତୁ ଏତେ ବଡ଼ ସାପକୁ ଏକ ଅଜଗର ସାପ ବୋଲି ଭାବି ସ୍ଥାନୀୟ ବନ ବିଭାଗ କୁ ଖବର ଦେଇଥିଲେ । ବନ କର୍ମଚାରୀ ଘଟଣା ସ୍ଥଳରେ ପହଁଚିଲେ ସତ, ହେଲେ ଅହିରାଜ ସାପ ବୋଲି ଚିହ୍ନି ପାରି ଆଉ ଉଦ୍ଧାର କରିବା ପାଇଁ ସାହସ କୁଳେଇ ପାରିଲେ ନାହିଁ । ଅନ୍ୟ ଉପାୟ ନପାଇ ସ୍ନେକ ହେଲ୍ପ ଲାଇନ କୁ ଖବର ଦିଆ ଗଲା । ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡା ଙ୍କ ନେତୃତ୍ୱରେ ଏକ 4 ଜଣିଆ ଟିମ ଘଟଣା ସ୍ଥଳରେ ପହଞ୍ଚି 14 ଫୁଟ ଲମ୍ବର ବିରାଟ ଅହିରାଜ ସାପ କୁ ଉଦ୍ଧାର କରିଥିଲେ । ତେବେ ଶତାଧିକ ଦେଖଣାହାରୀ ଙ୍କ ଭିଡ଼ ଯୋଗୁଁ ସ୍ନେକ ହେଲ୍ପ ଲାଇନ ଟିମ କୁ ନାକେଦମ ହେବାକୁ ପଡିଥିଲା । ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଙ୍କ ଦ୍ଵାରା ଅହିରାଜ ସାପ ଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଏବଂ ସୁସ୍ଥ ଥିବାର ପ୍ରମାଣ ମିଳିବା ପରେ ବଡ଼ମ୍ବା ରେଞ୍ଜ ର ଡେପୁଟି ରେଞ୍ଜର ସରୋଜ କୁମାର ମହାନ୍ତିଙ୍କ ଉପସ୍ଥିତି ରେ ତଳ ଚନ୍ଦ୍ରଗିରି ରିଜର୍ଭ ଫରେଷ୍ଟ ରେ ଛାଡି ଦିଆ ଯାଇଥିଲା ।

related posts

Leave a Comment