ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଅଫିସ୍ ରେ ରହୁନାହାନ୍ତି ବାବୁ। ନିର୍ଦ୍ଧୁମ ଖରା ରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ବସିଲେ ମଧ୍ୟ ଅଫିସ୍ କୁ ଆସୁନାହାନ୍ତି ବାବୁ। ପଚାରିଲେ ସଠିକ୍ ଉତ୍ତର ଦେଉନାହାନ୍ତି ତଳିଆ ବାବୁ ଓ କର୍ମଚାରୀ। ଏଭଳି ଘଟଣା ପ୍ରାୟ ନିତିଦିନିଆ ଘଟଣା ରେ ପରିଣତ ହେଲାଣି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟରେ। ହେଲେ ବାବୁ ତହସିଲଦାର କେତେବେଳେ ମନହେଲେ ଅଫିସ୍ ଦିନ ୧୨ ଟାରେ ଆସୁଛନ୍ତି ଆଉ କେତେବେଳେ ଦିନମାନ ଆସୁ ନାହାନ୍ତି କାର୍ଯ୍ୟାଳୟ କୁ। ବାବୁ ଙ୍କୁ ପଚାରିବାର ସାହାସ ଏଠାରେ କାହାର ନାହିଁ। ଏଠାରେ ଅତିରିକ୍ତ ତହସିଲଦାର ଙ୍କୁ ପଚାରିଲେ, “କେତେବେଳେ ତହସିଲଦାର ଆସିବେ” ? ଅତିରିକ୍ତ ତହସିଲଦାର କହୁଛନ୍ତି ମୁଁ ଜାଣିନାହିଁ ଆଉ ତହସିଲ ଅଫିସର କର୍ମଚାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି ଆମେ କହିପାରିବୁ ନାହିଁ। ଆଉ ଏଠି ଖାଲି ନାହିଁ ନାହିଁ ରେ ଚାଲିଛି ତହସିଲ କାର୍ଯ୍ୟାଳୟ। ଅଭିଯୋଗ କରିବାକୁ ଦୂରଦୂରାନ୍ତରୁ ଲୋକେ ଓ ମହିଳା ଆସି ଏ ଗରମ ଦିନରେ ଛଟପଟ ହେଉଥିବା ବେଳେ ଅଭିଯୋଗ ଶୁଣିବାକୁ ଏଠି କେହି ନାହିଁ। ଦେଖନ୍ତୁ ତହସିଲ କାର୍ଯ୍ୟାଳୟ ର ଏହି ଘଣ୍ଟା କୁ ପାଖାପାଖି ଦିନ ୧୨ ଟା ବାଜିବାକୁ ବସିଲାଣି ହେଲେ ତହସିଲଦାର ଙ୍କ ଦେଖା ନାହିଁ। ଆଉ ଦେଖନ୍ତୁ ତହସିଲ ଅଫିସ ଆଗରେ ତହସିଲଦାର ଙ୍କ ଗାଡ଼ି ଅଛି ହେଲେ ତହସିଲଦାର ନାହାନ୍ତି। ତେବେ ତହସିଲଦାର ଗଲେ କୁଆଡେ ? ଫୋନ୍ ମାଧ୍ୟମରେ ତହସିଲଦାର ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ।ଇଏ ଦିନକର ଘଟଣା ନୁହେଁ ଏହା ଏଠାକାର ତହସିଲଦାର ଙ୍କ ଇଏ ନିତିଦିନିଆ ଘଟଣା। ତେଣୁ ଉଚ୍ଚ କତୃପକ୍ଷଙ୍କୁ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣ ଲୋକେ ଦାବି କରିଛନ୍ତି।
ଅଫିସରେ ନାହାନ୍ତି ବାବୁ
Share with