Home Breaking News / ତାଜା ଖବର ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ ୟାକୁବ୍ ଖାଁ

ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ ୟାକୁବ୍ ଖାଁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): ବହୁ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୋଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ସେ କଟକ ବଡମେଡିକାଲରେ ହାଇଦରକୁ ବାରମ୍ବାର ଭେଟି ବିରିୟାନୀ ଖାଇବାକୁ ଦେଇଥିବା କଥା ମାନିଥିବା ବେଳେ ହାଇଦର ଫେରାର୍ ହେବା ନେଇ ସେ କିଛି ଜାଣି ନଥିବା କହିଛି ।ଗ୍ୟାଙ୍ଗଷ୍ଟାର ହାଇଦର ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସମ୍ବଲପୁର ଜେଲରେ ବନ୍ଦୀ ଭାବେ ଥିଲା । ଅସୁସ୍ଥ କାରଣରୁ ତାଙ୍କୁ ପ୍ରଥମେ ବୁର୍ଲା ମେଡିକାଲକୁ ଅଣାଯାଇଥିଲା । ହେଲେ ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ଅଣାଯାଇଥିଲା । ମାତ୍ର କଟକ ଏସସିବିରେ ସେ ଚିକିତ୍ସିତ ହେଉଥିବା ବେଳେ ୧୦ ତାରିଖ ଦିନ ସେ ସେଠାରୁ ଫେରାର୍ ହୋଇଯାଇଥିଲା । ହାଇଦରକୁ ଧରିବାକୁ ସାରା ରାଜ୍ୟର ପୋଲିସ ତନାଘନା କରୁଥିବା ବେଳେ ୟାକୁବର ଆତ୍ମସମର୍ପଣ ପୋଲିସକୁ କେତେ ସହାୟତା ହେବ ତାହା ଜେରା ପରେ ସ୍ପଷ୍ଟ ହେବ ।

related posts

Leave a Comment