Home Breaking News / ତାଜା ଖବର କନ୍ଧମାଳ ଚକାପାଦ ଅଞ୍ଚଳରେ ପାଣି ପାଇଁ ମାଡପିଟ: ଗୁରୁତର ମହିଳା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି

କନ୍ଧମାଳ ଚକାପାଦ ଅଞ୍ଚଳରେ ପାଣି ପାଇଁ ମାଡପିଟ: ଗୁରୁତର ମହିଳା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଏବେ ଖରା ଦିନ । ସହର ଠୁ ଗାଁଯାଏ ସବୁଠି ପାନୀୟ ଜଳର ସଙ୍କଟ ଦେଖାଦେଇଛି। ସହର ଅପେକ୍ଷା ଗ୍ରାମ ।ଞ୍ଚଳରେ ପାନୀୟ ଜଳ ସମସ୍ୟା ଅଧିକ। । ଫଳରେ ବୋରିଙ୍ଗ ପାଣିକୁ କେନ୍ଦ୍ର କରି କନ୍ଧମାଳ ଜିଲ୍ଲାଚକାପାଦ ବ୍ଳକର ପସରା ପଞ୍ଚାୟତରେ ବେ ରଡ଼ାକିଆ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । କିଛି ଲୋକଙ୍କ ମରଣାନ୍ତକ ଆକ୍ରମଣରେ ଭାଗ୍ୟ ଲତା ପୃଷ୍ଟି ନାମକ ଜଣେ ମହିଳା ଗୁରୁତର ଆହତ ହୋଇ ଏବେଫୁଲବାଣୀ ଡାକ୍ତର ଖାନା ରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି lଗୁରୁତର ଆହତ ଅବସ୍ଥା ରେ ମହିଳା ଙ୍କୁ ପ୍ରଥମେ ବ୍ରାହ୍ମଣପାଦଡାକ୍ତର ଖାନା, ପରେ ଫୁଲ ବାଣୀସଦରମହକୁମା ଡାକ୍ତରଖାନାରେ ଭର୍ତ୍ତିକ ରା ଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବା ରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନ।ନ୍ତର କରାଯାଇଥିଲା। ହେଲେ ମୁଣ୍ଡରେ ଆଘାତ ଲାଗିଥିବାରୁ ଡାକ୍ତରମାନେ ଭୁବନେଶ୍ଵର ଏଏମ ସ କୁ ସ୍ଥାନାନ୍ତର କରିଥିଲେ l ତେବେ ସେଠାରେ ଚିକିତ୍ସା ପରେ ଅବସ୍ଥା ରେ ଉନ୍ନତି ନ ହେବାରୁଫେରାଇଦେବା ଫଳରେ ତାଙ୍କୁ ପୁଣି ଫୁଲବାଣୀ ଡାକ୍ତର ଖାନା ରେ ଭର୍ତି କରି ଛନ୍ତି ପରିବାର ଲୋକେ l ଏନେଇ ଆହାତ ମହିଳା ଙ୍କ ପୁଅ ସୁମନ ଦାସ ପୃଷ୍ଟି ଗତ ୪ ତାରିଖ ଦିନ ଚକାପାଦ ଥାନାରେ ଏତଲା ଦେଇଛନ୍ତି ।
ଚକାପାଦ ପୋଲିସ ଏନେଇ ଧାରା ୩୦୭/୨୯୪/୩୨୩/୩୫୪/୫୦୬ ଓ ୩୪ରେ ଚାରି ଜଣ ଙ୍କ ନାଁ ରେ ମାମଲା ରୁକ୍ମ କରିବା ସହ ଏହି ଘଟଣlରେ ଜଣକୁ ଗିରଫ କରି ଥିବା ବେଳେ ଅନ୍ୟ ୩ ଜଣ ଫେରାର ଥିବା କୁହାଯାଉଛି । ତେବେ ଅତି ଶିଘ୍ରଘଟଣା ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

related posts

Leave a Comment