ମାଲକାନଗିରି(ମାନିକ ବାଛାଡ): ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ବାଲିମେଳା ଏନ ଏ ସି ରେ ଗୋଟିଏ ଗଭୀର କୂପ ମଧ୍ୟରୁ, କୋରକୁଣ୍ଡା ଅଗ୍ନିଶମ ବାହିନୀ ଦ୍ୱାରା ଗୋଟିଏ ଗାଈ ଉଦ୍ଧାର ହେଇଛି। ସୂଚନା ଅନୁଯାଇ ବାଲିମେଳା ଏନ.ଏ.ସି ର ନୀଳାଦ୍ରି ନଗର ବସ୍ତିରେ ଗୋଟିଏ ଅଣ ଓସାରିଆ କୂଅ ଅଛି। ସାଧାରଣ ଭାବେ କୂଅ ର ଉଚ୍ଚତା ଭୂମିର ପତନ ଠାରୁ ଅତି କମରେ ତିନି ଫୁଟ ଉଚ୍ଚ ରହିବା ଦରକାର। କିନ୍ତୁ କୂଅଟି ଯଥେଷ୍ଟ ଉଚ୍ଚା ନ ଥିବାରୁ ଗାଇଟି ଅସାବଧାନତା ବଶତଃ କୂଅ ମଧ୍ୟକୁ ଗଳି ପଡିଲା। ସ୍ଥାନୀୟ ଲୋକମାନେ ଅନେକ ଚେଷ୍ଟା କରି ବିଫଳ ହେବା ପରେ ବାଧ୍ୟ ହୋଇ କୋରକୁଣ୍ଡା ଅଗ୍ନିଶମ ବିଭାଗ କୁ ଜଣାଇବା ପରେ ଅଗ୍ନିଶମ ବିଭାଗ ଅଧିକାରୀ ତୁରନ୍ତ ପଦକ୍ଷେପ ସ୍ୱରୂପ, ବହୁ ଚେଷ୍ଟାରେ ଗାଇଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ।
ଆଜି କାଲି ସହରାଞ୍ଚଳରେ ଗାଈ ରଖିବା ପ୍ରହସନର ପରିଣତ ହୋଇଛି। ଗାଈର କ୍ଷୀର ସରିଗଲା ପରେ ପରବର୍ତ୍ତୀ ପ୍ରସବ ପର୍ଯ୍ୟନ୍ତ ଗାଈକୁ ଆଉ ହେପାଯତ କରୁନାହାନ୍ତି।
ଫଳରେ ଗାଈ ଗୁଡିକ ଏଣେତେଣେ ବୁଲି ଟ୍ରାଫିକ ସମସ୍ୟା ସହିତ ସହର ଉପକଣ୍ଠ ଚାଷୀ ମାନଙ୍କ ର କ୍ଷତି କରୁଛନ୍ତି। ସହରାଞ୍ଚଳ ଅଧିକାରୀ ଓ ଜିଲ୍ଲା ଅଧିକାରୀ ମାନେ ସବୁଦେଖି ଚୁପ। ଫଳରେ ଗୋରୁଗାଈ ମାନେ ଅଳିଆ ଆବର୍ଜନା ମଧ୍ୟରୁ ପୋଲିଥିନ ପରି ଅଖାଦ୍ୟ ଖାଉଛନ୍ତି ଏବଂ ନାନାଦି ରୋଗରେ ଆକ୍ରାନ୍ତ ହେଉଛନ୍ତି।