ମାଲକାନଗିରି(ସଞ୍ଜୟ ଢ଼ାଲି): ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତର ସଦର ମହକୁମା ରେ ଆଜି ସ୍ଥାନୀୟ ତହସିଲଦାର ଶ୍ରୀ ବିଜୟ କୁମାର ମାଣ୍ଡାଙ୍ଗି ,ଫାଣ୍ଡି ଅଧିକାରୀ ଶ୍ରୀ ଗିରିଶ୍ ଚନ୍ଦ୍ର ମହାରଣାଳ, ରାଜସ୍ବ ନିରୀକ୍ଷକ କୈଳାସ ଚନ୍ଦ୍ର ନାୟକ ଙ୍କ ସହ ସମାଜସେବି ଭଗବାନ ସାହୁ ପ୍ରମୁଖ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦେଶରେ ହୁ ହୁ ହୋଇ ବଡି ଚାଲିଥିବା ୨ୟ ଲହର କୋରନା କୁ ନେଇ ସଚେତନ କରୁଥିବା ଦେଖିବାକୁ ମିଳିଛି। ଏଥି ସହିତ ସହରରେ ମାକ୍ସ ଚେକିଙ୍ଗ କୁ ଅତି ଗୁରୁତ୍ୱ କରିଛନ୍ତି। ଯେଉଁ ଅମାନିଆ ମାନେ ମାକ୍ସ ବ୍ୟବହାର କରୁନାହାନ୍ତି ସେମାନଙ୍କ ଠାରୁ ଫାଇନ୍ ଆଦାୟ କରାଯାଉଥିବା ବେଳେ ସମସ୍ତେ ମାକ୍ସ ବ୍ୟବହାର କରନ୍ତୁ ବୋଲି ସ୍ଥାନୀୟ ତହସିଲଦାର ଓ ଫାଣ୍ଡି ଅଧିକାରୀ ଘୋଷଣା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ଆଜିର ଏହି କାର୍ଯ୍ୟକ୍ରମରେ କୁଡୁମୁଲୁଗୁମ୍ମା ଫାଣ୍ଡି ର କାର୍ଯ୍ୟ ରତ ସମସ୍ତ କନେଷ୍ଟବଳ ଓ ଗୃହରଖି କର୍ମ ଚାରି ଉପସ୍ଥିତ ରହି ଟାଣ ଖରାରେ ଠିଆ ହୋଇ ଲୋକଙ୍କୁ ସୁରକ୍ଷିତ ରହିବା ନିମନ୍ତେ ସଚେତନ କରୁଛନ୍ତି। ଏ ଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜ ଜୀବନ କୁ ବାଜି ଲଗାଇ ଏମାନେ ଜନସାଧାରଣଙ୍କୁ ସଚେତନ କରିବା ଏଭଳି ଟାଣ ଖରାରେ ଠିଆ ହୋଇ ଲୋକଙ୍କୁ ସୁରକ୍ଷିତ ରହିବା ନିମନ୍ତେ ସଚେତନ କରୁଛନ୍ତି ତେଣୁ ସାଧାରଣ ଜନତା ମଧ୍ୟ ସଚେତନ ହୁଅନ୍ତୁ ଏବଂ ସରକାର ଙ୍କ କୋରନା ନିୟମ କୁ ମାନି ଚାଲନ୍ତୁ ବୋଲି ସମାଜ ସେବି ଶ୍ରୀ ଭଗବାନ ସାହୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ ବର୍ତ୍ତା ଦେଇଛନ୍ତି ।
କୁଡୁମୁଲୁଗୁମ୍ମା ଠାରେ କରୋନା ସଚେତନତାର ଦ୍ବିତୀୟ ପର୍ଯ୍ୟାୟ
Share with