Home Breaking News / ତାଜା ଖବର ସନମତି ଆବାସ ଯୋଜନାରେ ଘର ପାଇବେ କେବେ: ପ୍ରଶାସନ ଅପେକ୍ଷାରେ…

ସନମତି ଆବାସ ଯୋଜନାରେ ଘର ପାଇବେ କେବେ: ପ୍ରଶାସନ ଅପେକ୍ଷାରେ…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ନିକଟରେ ଥିବା ପାପଡାହାଣ୍ଡି ବ୍ଲକ ର ଚେର୍ ଚେଟା ଗ୍ରାମ ପଞ୍ଚାୟତ ବରଦେଇ ଗ୍ରାମର ସନମତି ବାଘ(୮୧ ବର୍ଷ)ଦୀର୍ଘ ୪୦ ବର୍ଷ ହେବ ସ୍ୱାମୀ ଗୁରୁବନ୍ଧୁ ବାଘ ଙ୍କୁ ହରାଇ ନିସନ୍ତାନ ହୋଇ ଏକାକୀ ଭଙ୍ଗା କୁଡ଼ିଆ ଘରେ ରହି ଆସୁଛନ୍ତି।ପ୍ରଶାସନ ଠାରୁ ରେସନ୍ କାର୍ଡ ରେ ମାସିକ ୫କେଜି ଚାଉଳ ଓ ଭତ୍ତା ୭୦୦ ଟଙ୍କା ହେଉଛି ମାସକର ସହାୟତା।ଏତିକି ରେ ମାସକ ଚଳିବା କଷ୍ଟକର ହୋଇ ପଡୁଥିବା ବେଳେ ପଡୋଶୀ ମାନଙ୍କ ଘରୁ ମାଗି ଖାଇବାକୁ ପଡୁଛି।ହେଲେ ଘର ଖଣ୍ଡିଏ ଠିକ ନଥିବାରୁ ବର୍ଷା ଦିନରେ ପରିଣତ ବୟସରେ ଆ ବାରଣ୍ଡା ତା ବାରଣ୍ଡାରେ ମୁଣ୍ଡ ଗୁଞ୍ଜିବାକୁ ପଡୁଛି।ସାହି ଲୋକ ଙ୍କ ଭରସାରେ ଜୀବନ ସହ ସଂଗ୍ରାମ କରୁଛି ସନମତି।ପ୍ରଶାସନ ପାଖରେ ଘର ଖଣ୍ଡିଏ ସହ ଆର୍ଥିକ ସହାୟତା ହେଉଛି ତାର ଦାବି।ଏନେଇ ସରପଞ୍ଚ,ବ୍ଲକ ଅଧିକାରୀଙ୍କ ସହ ଦୁଃଖ ଜଣାଇ ଥିବା କହିଛନ୍ତି ସନମତି।ହେଲେ ତା କଥାକୁ ଶୁଣି ନାହାନ୍ତି ବୋଲି କହିଛି ସନମତି।ବିବାହ ର କମ ବୟସ ରେ ସ୍ୱାମୀ ଆରପାରିକୁ ଚାଲି ଗଲେ,ଜମି ବାଡ଼ି ଥିଲେ ଚଳି ଯାଇଥାଆନ୍ତା,ହେଲେ ଜମିବାଡି ନ ଥିବାରୁ ଚଳିବା ବହୁ କଷ୍ଟକର ହୋଇପଡୁଛି।ସରକାରୀ ସହାୟତା ଯାହା ମିଳୁଛି ସମୁଦ୍ର କୁ ସଙ୍ଖ୍ୟେ ସଦୃଶ ହୋଇ ପଡିଛି।ବୃଦ୍ଧାର ପରିଣତ ବୟସ ହୋଇ ଯାଇଥିଲେ ମଧ୍ୟ ଏ ଯାବତ୍ ପ୍ରଶାସନ ର ଦୃଷ୍ଟି ପଡି ନ ଥିବାରୁ ଜନ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ଚେରଚେଟା ପଞ୍ଚାୟତ ସରପଞ୍ଚ ଉକ୍ତ ଗ୍ରାମର ହୋଇଥିଲେ ମଧ୍ୟ ଏଯାଵତ୍ ତାଙ୍କର ଦୃଷ୍ଟି ପଡି ନାହିଁ।ଏଥିନେଇ ଜନସାଧାରଣ ରେ ଅସନ୍ତୋଷ ଦେଖାଦେଇଛି।ବୃଦ୍ଧା ର ଆଧାର କାର୍ଡ ନମ୍ବର ୮୪୪୯୧୨୮୮୩୨୭୮ ଓ କିଓସ୍କ ବ୍ୟାଙ୍କ ନମ୍ବର୍୩୮୨୨୯୮୬୬୧୩ ରେ ନାମ ସନମତି ବାଘ ରହିଥିବାଵେଳେ ରେସନ କାର୍ଡ ରେ ସନମତି ହରିଜନ ରହିଥିବା ଦେଖିବାକୁ ମିଳିଛି।କାଳିଆ ଯୋଜନାରେ ସମସ୍ତେ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ପାଇଥିବାବେଳେ ବୃଦ୍ଧା ଜଣକ କୌଣସି ସରକାରୀ ସହାୟତା ପାଇ ନ ଥିବା ଦୁଃଖର ସହ ପ୍ରକାଶ କରିଛି।ଏଣୁ ପ୍ରଶାସନର ଦୃଷ୍ଟି ତୁରନ୍ତ ଉକ୍ତ ବୃଦ୍ଧା ଉପରେ ପଡି ସହାୟତାର ହାତ ବଢାଇବାକୁ ବୁଦ୍ଧିଜୀବି ମହଲରେ ଦୃଢ ଦାବି ହେଉଛି।ଉକ୍ତ ଵୃଦ୍ଧାର ବାପଘର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ପାଖ ଡୁରୁକାଗୁଡା ଗ୍ରାମର,ଵାପାଙ୍କ ନାମ ଦନାଇ ଗଣ୍ଡ ଵୋଲି ସୂଚନା ମିଳିଛି।ଉକ୍ତ ସମସ୍ୟା ନେଇ ଆମ ପ୍ରତିନିଧି ପାପଡାହାଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ରଂଜିତା ମଲ୍କିକ ଙ୍କ ସହ ଯୋଗାଯୋଗ କରିବାରୁ ଏପରି ସମସ୍ୟା ଆପଣଙ୍କ ଠାରୁ ଏବେ ଶୁଣିଲି,ଏହାର ସମାଧାନ ଦିଗରେ ମୁଁ ନିଶ୍ଚୟ ପଦକ୍ଷେପ ନେବି ବୋଲି ପ୍ରତିଶୃତି ଦେଇଥିଲେ।

related posts

Leave a Comment