ଡାବୁଗାଁ(ଜି ବିନୋଦ କୁମାର): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବରଦେଇ ଗ୍ରାମକୁ ଗରୁଡଗୁଡା ଗ୍ରାମ ଦେଇ ଯିବା ରାସ୍ତା ର ଅବସ୍ଥା ଗୋଲିଆ ଗୁଡା ଠାରୁ ବରଦେଇ ଗ୍ରାମ ଛକ ପର୍ଯ୍ୟନ୍ତ ଶୋଚନୀୟ ହୋଇ ପଡିଛି।ରାସ୍ତା ଉପରେ ମେଟାଲ ବାହାରି ପଡିଥିବାରୁ ମୋଟର ସାଇକେଲ ବହୁ ସମୟରେ ଦୁର୍ଘଟଣା ଘଟୁଛି।ଏଥିପ୍ରତି ନଜର ରାଜନେତା ଙ୍କର ନାହିଁ କି ପ୍ରଶାସନ ର ନାହିଁ,ଏଥିନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଉକ୍ତ ରାସ୍ତା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହି ରାସ୍ତା ମାତ୍ର ୨ କିମି ହୋଇ ଥିବାବେଳେ ରାସ୍ତା ମଧ୍ୟ ସ୍ଥଳ ରୂ ମୁଣ୍ଡିଗୁଡା ଗ୍ରାମକୁ ୫ରୁ୭ କି ମି ଦୂରତ୍ବ ହେବ ସେହି ରାସ୍ତା ମଧ୍ୟ ଅବସ୍ଥା ଶୋଚନୀୟ ହୋଇ ପଡିଛି।ରାସ୍ତା କଡରୁ ପାନୀୟ ଜଳ ନିମନ୍ତେ ଭୂତଳ ପାଇପ୍ ପାଇଁ ଖୋଳାଯାଇ ଥିବା ମାଟି ରାସ୍ତା କଡରେ ଥିବାରୁ ଟିକେ ବର୍ଷା ହେଲେ ମାଟି ରାସ୍ତା ଉପରେ ମାଡି ଯାଇ ବହୁ ସମୟରେ ଦୁର୍ଘଟଣା ଘଟୁଛି।ଏଣୁ ପ୍ରଶାସନ ଉକ୍ତ ବାସିନ୍ଦା ମାନଙ୍କ ଜାତାୟତ ନିରାପଦ ନିମନ୍ତେ ରାସ୍ତା ନିର୍ମାଣ କରାଇ ଏପରି ଦୁର୍ଘଟଣା ଘଟୁଥିବା ରାସ୍ତାର ସମସ୍ୟାର ସମଧାନ କରାଇଲେ ଜନ ସାଧାରଣ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ରାସ୍ତାର ଦୁରବସ୍ଥା: ପ୍ରଶାସନର ଦୃଷ୍ଟି ପଡ଼ିବାକୁ ଦୃଢ଼ ଦାବି
Share with
previous post