Home Breaking News / ତାଜା ଖବର ଫେରାର ହାଇଦରକୁ ଗିରଫ କରିବାକୁ ଆରମ୍ଭ ହେଲା ଅପରେସନ ହାଇଦର

ଫେରାର ହାଇଦରକୁ ଗିରଫ କରିବାକୁ ଆରମ୍ଭ ହେଲା ଅପରେସନ ହାଇଦର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭୁବନେଶ୍ୱର: ଫେରାର ହାଇଦରକୁ ଗିରଫ କରିବାକୁ ଆରମ୍ଭ ହେଲା ଅପରେସନ ହାଇଦର । ପୋଲିସ ସେବା ଭବନରେ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଗୁରୁତ୍ୱ ପୂର୍ଣ ଆଲୋଚନା କରାଯାଇଛି । ହାଇଦରକୁ ଗିରଫ କରିବାକୁ ରାଜ୍ୟରେ ନାକା ବନ୍ଦୀ ସହ ସିସିଟିଭି ଫୁଟେଜର ଖୋଲତାଡ଼ ଚାଲିଛି । ସବୁ ଜିଲା ଏସ ପି , ଏସ ଟି ଏଫ , କମିଶନରେଟ ପୋଲିସର ଡିସିପିଙ୍କୁ ନିର୍ଦେଶ ଦିଆଯାଇଛି ଫେରାର ହାଇଦର ଙ୍କୁ ଗିରଫ କରିବାକୁ ବଡ଼ର ସିଲ କରାଯାଇଛି ।
ପାଞ୍ଚଟି ଟିମ ବହୁ ଜାଗାରେ ଚଢ଼ାଉ ଚଳାଇଛନ୍ତି । ହାଇଦର ଏକ ଧଳା ରଙ୍ଗର ଗାଡ଼ିରେ ଯାଇଥିବା ନେଇ ଜଣାପଡିଛି। ସେନେଇ ମଧ୍ୟ ତଦନ୍ତ କରାଯାଉଛି । ହାଇଦର ସହ ସୁରକ୍ଷାରେ ମୁତୟନ ଥିବା ସୁରକ୍ଷା କର୍ମୀ ଙ୍କୁ ପଚରାଉଚରା କରାଯାଉଛିଉଛି । ଏହା ସହ ନର୍ସଙ୍କ ଷ୍ଟେଟମେଣ୍ଟ ରେକର୍ଡ କରାଯାଇ ତଦନ୍ତ ଚାଲୁଚି ବୋଲି କ୍ରାଇମବ୍ରାଞ୍ଚ ଏଡ଼ିଜି ସୂଚନା ଦେଇଛନ୍ତି । ଏପଟେ ଫେରାର ହାଇଦରର ପତା ଲଗାଇବାକୁ ଭୁବନେଶ୍ୱରର ରେଳ ଷ୍ଟେସନରେ ମଧ୍ୟ ଚଳଚଞ୍ଚଳ ହୋଇଛି । । ହାଇଦରର ଫୋଟୋ ଦେଖାଇ ଖୋଜୁଛି ଜିଆରପି ପୋଲିସ । ଜିଆରପି ଓ କମିଶନରେଟ ପୋଲିସ ସାଧା ପୋଷକରେ ଲୋକଙ୍କୁ ପଚରାଉଚରା କରାଯାଉଛି । ଫୋଟୋ ଧରି ଯାତ୍ରୀ , ବ୍ୟବସାୟୀଙ୍କୁ ପଚରାଉଚରା କରାଯାଇଛି । ଏଭଳିକି ଯଦି କୌଣସି ବ୍ୟକ୍ତି ହାଇଦରର ପତା କିମ୍ବା ଠିକଣା ଦେବେ ସେଥିପାଇଁ ଜିଆରପି ପୋଲିସଙ୍କୁ ଖବର ଦେବାକୁ ଅନୁରୋଧ କରାଯାଇଛି ।

related posts

Leave a Comment