Home Breaking News ଦେଶରେ ଦେଢ ଲକ୍ଷ ଟପିଲା ଦୈନିକ ସଂକ୍ରମଣ, ସ୍ଥିତି ସାଂଘାତିକ

ଦେଶରେ ଦେଢ ଲକ୍ଷ ଟପିଲା ଦୈନିକ ସଂକ୍ରମଣ, ସ୍ଥିତି ସାଂଘାତିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଦେଶରେ ବିସ୍ଫୋରକ ରୂପ ନେଲାଣି କରୋନା ଭୂତାଣୁ । ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ ୧.୫୨ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ କରୋନା ଭାଇରସ୍ ସଂକ୍ରମଣ ବିସ୍ଫୋରକ ରୂପଧାରଣ କରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୨ ହଜାର ୫୪୫ ଜଣ ନୁଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ୮୩୯ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଗତବର୍ଷ ଅକ୍ଟୋବର ୧୬ ତାରିଖରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଥିଲା । ଏଥି ସହିତ ଭାରତ ଗୋଟିଏ ଦିନରେ ୧.୫୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲାରେ ବିଶ୍ୱର ୨ୟ ରାଷ୍ଟ୍ର ହୋଇଛି । କରୋନା ଭାଇରସ ଲାଗି ଛତିଶଗଡ଼ର ରାଜଧାନୀ ରାୟପୁର ଓ ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଲକଡାଉନ ଆରମ୍ଭ ହୋଇଯାଇଥିବା ବେଳେ ପଂଜାବ, ଲଖନଉ, ମହାରାଷ୍ଟ୍ର, ଗୁଜରାଟ ଓ ଉତ୍ତର ପ୍ରଦେଶର କିଛି ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ଚଣ୍ଡିଗଡ଼ରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବା ପରେ ହସ୍ପିଟାଲ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି ।
ହରିୟାଣାରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିଥିବାରୁ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି ।

related posts

Leave a Comment