Home Breaking News ଅମୃତ ମହୋତ୍ସବ ଉଦଘାଟିତ

ଅମୃତ ମହୋତ୍ସବ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ସ୍ୱାଧୀନତାର ଅମୃତ ମହୋତ୍ସବ ଶୀର୍ଷକ ୨ଦିନିଆ ଫଟୋଚିତ୍ର ପ୍ରଦର୍ଶନୀ କଟକ ଜିଲ୍ଲା ସାଲେପୁର ବହୁଗ୍ରାମ ଠାରେ ଉଦଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଭାରତ ସରକାରଙ୍କ ପତ୍ରସୂଚନା କାର୍ଯ୍ୟାଳୟ ର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ରାଜେନ୍ଦ୍ର ଚୌଧୁରୀ, ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର, ପ୍ରଫେସର ଶିଶିର କୁମାର କୁମାର ସ୍ୱାଇଁ, ସହାୟକ ନିର୍ଦ୍ଦେଶକ ରାମେଶ୍ୱର ନାୟକ, ପ୍ରକାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ୧୮୫୭ ଠାରୁ ଆରମ୍ଭ କରି ଦେଶର ସ୍ୱାଧୀନତା ସଂଗ୍ରାମ ର ଗାଥା ପ୍ରଦର୍ଶିତ କରା ଯାଇଥିଲା। ମହାତ୍ମାଗାନ୍ଧୀ, ସୁବାଷଚନ୍ଦ୍ର ବୋଷ ଙ୍କ ସମେତ ମଧୁସୂଦନ ଦାସ, ରମାଦେବୀ , ବୀର ସୁରେନ୍ଦ୍ର ସାଏ ପ୍ରମୁଖ ଙ୍କ ସ୍ବାଧୀନତା ସଂଗ୍ରାମୀ ଙ୍କ ୫୦ଟି ଫଟୋ ପ୍ୟାନେଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ସ୍ବାଧୀନତା ସମ୍ବର୍ଦ୍ଧିତ ଫଟୋ ଚିତ୍ର ପ୍ରଦର୍ଶନୀ ମାଧ୍ୟମରେ ଯୁବପିଢୀ ଙ୍କ ମଧ୍ୟରେ ମୁକ୍ତି ଆନ୍ଦୋଳନ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ସହ କଷ୍ଟଲବ୍ଧ ସ୍ୱାଧୀନତା ଉପରେ ଚେତନା ଜାଗ୍ରତ କରିପାରିବ ବୋଲି ଅତିଥିମାନେ କହିଥିଲେ।

related posts

Leave a Comment