Home Breaking News / ତାଜା ଖବର କୁଚବିହାରରେ ୭୨ ଘଣ୍ଟିଆ କଟକଣା, ଜିଲ୍ଲା ସୀମା ସିଲ୍

କୁଚବିହାରରେ ୭୨ ଘଣ୍ଟିଆ କଟକଣା, ଜିଲ୍ଲା ସୀମା ସିଲ୍

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ପଶ୍ଚିମବଙ୍ଗ କୁଚବିହାର ଯାଇଥାନ୍ତେ ମମତା ବାନାର୍ଜୀ । ନିର୍ବାଚନୀ ହିଂସା ପରେ ୭୨ ଘଣ୍ଟା ପାଇଁ କଟକଣା ଲଗାଇଛନ୍ତି ନିର୍ବାଚନ ଆୟୋଗ । ଗତକାଲି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମତଦାନ ସମୟରେ କୁଚବିହାରରେ ହିଂସା ଦେଖାଯାଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ନିର୍ବାଚନ ଆୟୋଗ ବଡ଼ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ଆୟୋଗ କୌଣସି ନେତାଙ୍କୁ ୭୨ ଘଣ୍ଟା ଯାଏଁ ଜିଲ୍ଲାର ସୀମାକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସା ପ୍ରଭାବିତ କୁଚବିହାର ଗସ୍ତ କରିବାର ଥିଲା । କିନ୍ତୁ ଏବେ ମମତା ବାନାର୍ଜୀ କେବଳ ନୁହେଁ ବରିଂ ସମସ୍ତ ରାଜନୈତିକ ଦଳର ନେତାଙ୍କୁ କୁଚବିହାର ପ୍ରବେଶ ଉପରେ କଟକଣା ଲାଗିଛି । ନିର୍ବାଚନ ଆୟୋଗ କଟକଣା ଲଗାଇବା ପରେ ତାଙ୍କୁ ଜିଲ୍ଲାର ସୀମାରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତି ପରେ ତୃଣମୂଳ କଂଗ୍ରେସର ନେତାମାନେ ଅମଙ୍ଗ ହୋଇଛନ୍ତି । ନିକଟରେ ତୃଣମୂୂଳ କଂଗ୍ରେସରେ ସାମିଲ ହୋଇଥିବା ୟଶୱନ୍ତ ସ୍ନିହା କହିଛନ୍ତି ଯେ, ନିର୍ବାଚନ ଆୟୋଗ ନିଜର ବିଫଳତାକୁ ଲୁଚାଇବା ପାଇଁ ମମତା ବାନାର୍ଜୀଙ୍କୁ କୁଚବିହାର ଯିବାକୁ ଦେଇ ନାହାନ୍ତି । ସେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଭୁଲ ବୋଲି କହିଛନ୍ତି । କଂଗ୍ରେସ ନେତା ଅଭିଜୀତ ମୁଖାର୍ଜୀ ମଧ୍ୟ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଭୁଲ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ଆୟୋଗ ସମସ୍ତ ନେତାଙ୍କୁ କୁଚବିହାର ଯିବା ଉପରେ କଟକଣା ଲଗାଇଛନ୍ତି । କିନ୍ତୁ ଏହା ମମତାଙ୍କୁ ରୋକିବା ହାତକଡ଼ା ଭଳି ।

related posts

Leave a Comment