Home Breaking News / ତାଜା ଖବର ୨୦୨୧ ଆଇପିଏଲ ଓପନିଂ ମ୍ୟାଚ : ମୁମ୍ବାଇକୁ ହରାଇଲା ବେଙ୍ଗାଲୁରୁ

୨୦୨୧ ଆଇପିଏଲ ଓପନିଂ ମ୍ୟାଚ : ମୁମ୍ବାଇକୁ ହରାଇଲା ବେଙ୍ଗାଲୁରୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଚଳିତ ଆଇପିଏଲର ଉଦଘାଟନୀ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ବାଙ୍ଗାଲୋର । ମୁମ୍ବାଇକୁ ଦୁଇ ୱିକେଟରେ ହରାଇଲା ବିରାଟ ବାହିନୀ । ରୋମାଞ୍ଚକର ହେଲା ପ୍ରଥମ ମ୍ୟାଚ୍ ।
ଏହା ସହିତ ଆଇପିଏଲ୍-୧୪ର ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ବାଙ୍ଗାଲୋର । ମୁମ୍ବାଇକୁ ଦୁଇ ୱିକେଟରେ ହରାଇ ଦଳ ଚଳିତ ଆଇପିିଏଲର ପ୍ରଥମ ବିଜୟ ହାସଲ କରିଛି ଦଳ । ତେବେ ଏହି ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ବେଶ ରୋଚକପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ଟସ୍ ଜିତି ଆରସିବି ଅଧିନାୟକ ବିରାଟ କୋହଲି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । ଦଳ ପକ୍ଷରୁ ରୋହିତ ଏବଂ ଲିନ୍ ବ୍ୟାଟିଂ କରିବାକୁ ଆସିଥିଲେ । ରୋହିତ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ, ଇଷାନ କିଷାନ ଏବଂ କ୍ରିସ ଲିନଙ୍କ ଦମଦାର ଇଂନିସ ବଳରେ ମୁମ୍ବାଇ ୧୫୯ ରନ୍ କରିପାରିଥିଲା ।
ଏହାପରେ ୧୬୦ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ବିରାଟ ବାହିନୀ । ଆରସିବି ପକ୍ଷରୁ ଅଧିନାୟକ ବିରାଟ କୋହଲି ୩୩ , ମାକ୍ସୱେଲ ୩୯ ରନ କରିଥିଲେ । ହେଲେ ଶେଷ ଭାଗରେ ଡିଭିଲିୟର୍ସ ରନ ଆଉଟ ହେବା ପରେ ହର୍ଷଲ ପଟେଲ ଶେଷ ବଲରେ ଆରସିବିକୁ ଜିତାଇଥୀଲେ ।

related posts

Leave a Comment