Share with
କଟକ : ସମସ୍ତଙ୍କୁ ଚକମା ଦେଇ ଚମ୍ପଟ ମାରିଲା ଗ୍ୟାଙ୍ଗର ହାଇଦର । ୧୨ ଦିନ ତଳେ ଏସସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତ ହୋଇଥିଲା ହାଇଦର । ସୁଲେମାନ୍ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ସେ ଗିରଫ ହୋଇ ବନ୍ଦୀ ଜୀବନ ଭୋଗୁଥିଲା । ହାଇଦର ସମ୍ବଲପୁର ସର୍କଲ ଜେଲରେ ଥିବାବେଳେ ସେ ଅସୁସ୍ଥ ହୋଇପଡିଥିଲା । ପ୍ରଥମେ ତାକୁ ବୁର୍ଲା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା ।
ଏସ୍ସିବିର ସର୍ଜରୀ ବିଭାଗର ୫ ନମ୍ବର କ୍ୟାବିନ୍ରେ ଚିକିତ୍ସିତ ହେଉଥିଲେ । ତାକୁ ଜଗିବା ପାଇଁ ଜଣେ ହାବିଲଦାର ମୁତୟନ ହୋଇଥିଲେ । ହେଲେ ସୁରକ୍ଷାକର୍ମୀକୁ ନିଶା ଔଷଧ ଦେଇ ସେ ଖସିଯାଇଥିବା ସୂଚନା ମିଳିଛି । ସେହିପରି ରଶ୍ମି ମହାପାତ୍ର ଓ ସେକ୍ ଚୁନା ହତ୍ୟା ମାମଲାରେ ସେ ଆଜୀବନ ସଜା ଭୋଗୁଥଲା