Home Breaking News / ତାଜା ଖବର କରୋନା ପଜିଟିଭ ଚିହ୍ନଟ ପରେ ପସରା ପଞ୍ଚାୟତରେ ଦୁଇ ଗାଁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷିତ

କରୋନା ପଜିଟିଭ ଚିହ୍ନଟ ପରେ ପସରା ପଞ୍ଚାୟତରେ ଦୁଇ ଗାଁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲରେ ଦିନକୁ ଦିନ କରୋନା ପଜିଟିଭ ଧ।ରିଙ୍କ ସଂଖ୍ୟା ବଢିବ ।ରେ ଲାଗିଛି । ଫଳରେ ପ୍ରଶାସନ ଓ ସ୍ଥାନୀୟ ଜନସାଧାରଣ ଚିନ୍ତାରେ ଅଛନ୍ତି । ଜିଲ୍ଲାରେ କରୋନାପଜିଟିଭ ସଂଖ୍ୟା ୪୦ ପାଖାପାଖି ଛୁଇଁଲାଣି । ମାଇକ୍ରୋକଣ୍ଡେନ ମେଣ୍ଟ ଓ କଣ୍ଟେନମେଣ୍ଟ ଏରିଆ ମଧ୍ୟ ବଢିବାରେ ଲାଗିଛିା । ଗତକାଲି ପଜିଟିଭ ଚିହ୍ନଟ ହେବାପରେ ଚକାପାଦ ବ୍ଳକର ପସରା ପଞ୍ଚାୟତର ପାଳି ଗୁଡ଼ା ଓ ଗୋଟା ସୁଗା ଗ୍ରାମକୁ ଜିଲ୍ଲାପାଳମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଫଳରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।
ସେହିପରି ଏହା ପୂର୍ବରୁ ଫୁଲ ବାଣୀ ସହରର ଡ଼ାକପାଲା, ମାଷ୍ଟରପଡ଼ା, ତୁମୁଡିବନ୍ଧ ର ବିଭିନ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ ମେଣ୍ଟ ଘୋଷଣା କରିଥିଲେ । ଜିଲ୍ଲାରେ ଦିନକୁ ଦିନ କଣ୍ଟେନମେଣ୍ଟ ଏରିଆ ମଧ୍ୟ ବଢୁଛି । ଫଳରେ ପ୍ରଶାସନର ଚିନ୍ତିତ ହୋଇପଡିଛି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିୟମିତ ସଚେତନତା ସୃଷ୍ଟି କରାଯାଉଛି । ସେହିପରି ନିୟମିତ ମାସ୍କ ଚେକିଙ୍ଗ,ଓ ସାମାଜିକ ଦୂରତା ରକ୍ଷ। କରିବା ନେଇ ଯାଞ୍ଚ ମଧ୍ୟ କରାଯାଉଛି ।

related posts

Leave a Comment